Odiapua.com

କାର ସହ ଗଂଜେଇ ଜବତ : ଜଣେ ଗିରଫ

କନ୍ଧମାଳ, ୨୦/୮ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): ଏକ କାରରେ ଗଞ୍ଜେଇ ଚାଲାଣ ହେଉଥିବାବେଳେ କନ୍ଧମାଳ ଜିଲ୍ଲାର ଫୁଲବାଣୀ ଅବକାରୀ ଥାନା ପକ୍ଷରୁ ଚଢ଼ଉ କରାଯାଇ ୧୨ କେଜି ୧୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ଡ୍ରାଇଭର ଚନ୍ଦନ ବେହେରା(୨୩)ଙ୍କୁ ଗିରଫ କରାଯାଇଛି। ଏନେଇ ଅବକାରୀ ଥାନାରେ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଏସଆଇ ଅଜୟ ବେହେରା ସୂଚନା ଦେଇଛନ୍ତି।