Odiapua.com

କାର ବାଇକ୍ ମୁହାଁମୁହିଁ ଧକ୍କା: ଦୁଇ ଗୁରୁତର ଆହତ

ବାଲିଗୁଡା, ୨୬/୦୬ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମହାସିଙ୍ଗି ନିକଟ ୫୯ ନମ୍ବର ଜାତୀୟ ରାଜପଥରେ ଏକ କାର ସହ ମୋଟର ସାଇକଲ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଦୁଇଜଣ ଗୁରୁତର ଆହାତ ହୋଇଛନ୍ତି। ଘଟଣା ସ୍ଥଳରେ ବାଲିଗୁଡ଼ା ଥାନା ଭାର ପ୍ରାପ୍ତ ଅଧିକାରୀ ବାବା ଶଙ୍କର ସରାଫ ଓ ଏକ ଟିମ୍ ପହଞ୍ଚି ଗୁରୁତର ଆହାତ ହୋଇଥିବା ଯୁବକଙ୍କୁ ଅଗ୍ନିଶମ ବାହିନକୁ ଡ଼କାଇ ବାଲିଗୁଡ଼ା ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ଆହାତ ହୋଇଥିବା ଯୁବକ ପରିଚୟ ଜଣାପଡ଼ିନଥିଲେ ମଧ୍ୟ ସେମାନଙ୍କ ଘର ଫିରିଙ୍ଗିଆ ଥାନା ମାଝିପଡ଼ାର ବୋଲି ଜଣାପଡିଛି।