Odiapua.com

କାର ଦୁର୍ଘଟଣାରେ ଜଣେ ମୃତ ଜଣେ ଆହାତ

ଘଟଗାଁ,୮/୦୨-କେନ୍ଦୁଝର ଜିଲ୍ଲା ପଣ୍ଡାପଡା ଥାନା ଅନ୍ତର୍ଗତ ଦେବନ୍ଧ ଛକ ନିକଟରେ ଭାରସ୍ୟାମ ହରାଇ ଓଲଟିଲା କାର ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ କାର ଥିବା ଜଣେ ଶିଶୁ ଗୁରୁତର ଆହାତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଆଟପୁର ଗ୍ରାମର ରତ୍ନାକର ପ୍ରଧାନ ତାଙ୍କ ପୁତୁରାଙ୍କ ସହ କାରରେ କେନ୍ଦୁଝରରୁ ଘରକୁ ଫେରୁଥିବା ବେଳେ ଦେବନ୍ଧ ଛକ ନିକଟରେ କାରଟି ଭାରସ୍ୟାମ ହରାଇ ଓଲିଟି ପଡିଥିଲା। ଖବର ପାଇ ଆମ୍ଭୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ହରିଚନ୍ଦନପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ। ହେଲେ ରତ୍ନାକରଙ୍କୁ ଡାକ୍ତର ମୃତ୍ୟ ଘୋଷଣା କରିଥିଲେ। ଗୁରୁତର ଆହାତ ଶିଶୁର ଚିକିତ୍ସା ଚାଲିଛି। ପୋଲିସର ସ୍ୱାସ୍ଥ୍ୟକେନ୍ଦ୍ରରେ ଫହଁଚି ଶବକୁ ଜବତ କରି ତଦନ୍ତ ଚଳାଇଛି।