ବାଲେଶ୍ଵର,୧୮/୧୦,(ଓଡ଼ିଆ ପୁଅ ପି ନାଏକ): ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଆଜି ବାଲେଶ୍ୱର ଡ୍ରେନେଜ ଡିଭିଜନର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ବସନ୍ତ ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି । ତେବେ ବସନ୍ତଙ୍କ ଜେଲ ରୋଡ ସ୍ଥିତ ଘର, ଅମରଦା ରୋଡ ଅଫିସ ସମେତ ସାତଟି ଜାଗାରେ ଭିଜିଲାନ୍ସ ଚଢ଼ଉ କରିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କେତେ ଆୟବହିର୍ଭୁତ ସମ୍ପତି ରହିଛି ତାହାର ତାଲିକା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇନାହିଁ । ଏନେଇ ସୂଚନା ମିଳିବା ପରେ ଭିଜିଲାନ୍ସ ଚଢ଼ାଉ କରିଥିବା ସୂଚନା ମିଳିଛି ।