Odiapua.com

କାର୍ଯ୍ୟାଳରେ ତାଲା, ନାମାଙ୍କନପତ୍ର ଦାଖଲ କରିପାରିଲେନି ପ୍ରାର୍ଥୀ

ହାଟଡ଼ିହି, ୩୧/୧/ : (ଓଡିଆପୁଅ/ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଅଁରା ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପଡିଥିବାରୁ ଜଣେ ୱାର୍ଡସଭ୍ୟ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିପାରି ନାହାନ୍ତି। ଅଲେଖ ଚନ୍ଦ୍ର ନାୟକ ନାମକ ଜଣେ ଆଶାୟୀ ପ୍ରାର୍ଥୀ କରିଥିବା ଅଭିଯୋଗ ଅନୁଯାଇ ଅଁରା ପଞ୍ଚାୟତର ୧ନଂ ୱାର୍ଡରେ କେହି ନାମାଙ୍କନପତ୍ର ଦାଖଲ କରିନଥିବାରୁ ପୁନର୍ବାର ଏହି ୱାର୍ଡପାଇଁ ନାମାଙ୍କନପତ୍ର ଦାଖଲ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଆଜି ଏହାର ଶେଷ ଦିନ ଥିବାବେଳେ ଆଶାୀ ପ୍ରାର୍ଥୀ ଅଲେଖ ନାୟକ ନାମାଙ୍କନପତ୍ର ଦାଖଲ କରିବାକୁ ଯାଇଥିଲେ। ମାତ୍ର ଦିନ ୧୨ଟା ଠାରୁ ଏହାର କାର୍ଯ୍ୟାଳୟରେ ତାଲା ଝୁଲୁଥିଲା। ଏଠାରେ ଦାୟିତ୍ୱରେ ଥିବା ନିର୍ବାଚନ ଅଧିକାରୀଙ୍କୁ ଫୋନ କରିବାରୁ ତୁମେ ବ୍ଲକକୁ ପଳାଇ ଆସ ନାମାଙ୍କନପତ୍ର ଦାଖଲ କରି ପଳାଇବ ବୋଲି କହିଥିଲେ। ସେହି ଅନୁସାରେ ଆଶାୟୀ ପ୍ରାର୍ଥୀ ଜଣକ ବ୍ଳକକୁ ଆସି ନିର୍ବାଚନ ଅଧିକାରୀଙ୍କୁ ଖୋଜି ପାଇନଥିଲେ। ଏନେଇ ବିଡିଓଙ୍କୁ ଜଣାଇବାପରେ ବିଡିଓ ସଂପୃକ୍ତ ଅଧିକାରୀଙ୍କୁ ପଚାରିବାରୁ ସେ ଦିନ ୩ଟା୫ମିନିଟରେ ବନ୍ଦ କରି ଆସିଥିବା କହିବାରୁ ଆଶାୟୀ ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି।