Odiapua.com

କାର୍ଯ୍ୟାଭାର ଗ୍ରହଣ କଲେ ନୟାଗଡ଼ର ନୂଆ ଏସ୍ ପି ଅଲେଖ ପହି

ନୟାଗଡ଼, ୨ା୫ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ନୟାଗଡ଼ର ନୂଆ ଆରକ୍ଷୀ ଅଧିକ୍ଷକ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ଅଲେଖ ପହି। ସେ ପୂର୍ବରୁ ଖୋର୍ଦ୍ଧା ଜିଲ୍ଲାର ଏସ୍‌ପି ଭାବେ ଅବସ୍ଥାପିତ ଥିଲେ। ଏଠାରେ ଦାୟିତ୍ୱରେ ଥିବା ଏସ୍‌ପି ସିଦ୍ଧାର୍ଥ କଟାରିଆଙ୍କୁ ଖୋର୍ଦ୍ଧାର ଏସ୍ ପି ଭାବେ ବଦଳି କରାଯିବା ପରେ ଶ୍ରୀ ପହିଙ୍କୁ ନୟାଗଡ଼ର ଏସ୍‌ପି ଭାବେ ବଦଳି କରାଯାଇଥିଲା। ସୋମବାର ସେ ବିଧିବଦ୍ଧ ଭାବେ ନୟାଗଡର ଏସ୍ ପି ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି।