Odiapua.com

କାର୍ଯ୍ୟରେ ଯୋଗ ଦେଲେ ୩୪ ନୂଆ ଡାକ୍ତର, ଉତ୍ତମ ସ୍ୱାସ୍ଥ୍ୟସେବା ପ୍ରଦାନ ପାଇଁ କାର୍ଯ୍ୟ କରିବାକୁ ଜିଲ୍ଲାପାଳଙ୍କ ପରାମର୍ଶ

ଭଦ୍ରକ, ୧୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟସେବା ବିଭାଗ ଆନୁକୂଲ୍ୟରେ ଭଦ୍ରକ ଜିଲ୍ଲାରେ ୩୪ ଜଣ ନବ ନିଯୁକ୍ତ ଡାକ୍ତରଙ୍କୁ ନେଇ ଜିଲ୍ଲା କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ଏକ ପରାମର୍ଶ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱାସ୍ଥ୍ୟ ପ୍ରଦାନ କ୍ଷେତ୍ରରେ ସମସ୍ତଙ୍କୁ ଭଲ କାମ କରିବା ପାଇଁ ପରାମର୍ଶ ପ୍ରଦାନ କରିଥିଲେ । ପି.ଏଚ୍‌.ସି. ଏବଂ ସି.ଏଚ୍‌.ସି. ମାଙ୍କରେ ନିଯୁକ୍ତି ପାଇଥିବା ଡାକ୍ତରମାନେ ସେଠାକାର ଉପଲବ୍‌ଧି ଭିତ୍ତିଭୂମି ସହ ଖାପ ଖୁଆଇ ନିଷ୍ଠାର ସହ କାର୍ଯ୍ୟ ସମ୍ପାଦନ କରିବାକୁ ବୁଝାଇଥିଲେ । ସି.ଡ଼ି.ଓ. ସରୋଜ କୁମାର ଦତ୍ତ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସନ୍ତୋଷ କୁମାର ପାତ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ରୋଗୀ ମାନଙ୍କୁ ଉତ୍ତମ ସେବା ପ୍ରଦାନ କଲେ ଜନ ସାଧାରଣଙ୍କ ଠାରୁ ସମ୍ମାନ ମିଳିବ ବୋଲି କହିଥିଲେ । ସୂଚନା ଯୋଗ୍ୟକି ଜିଲ୍ଲାକୁ ମିଳିଥିବା ୫୧ ଜଣ ଡାକ୍ତରଙ୍କ ମଧ୍ୟରୁ ୪୨ ଜଣ କାର୍ଯ୍ୟରେ ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରୁ ୮ଜଣ ପି.ଜି. କରିବା ପାଇଁ ଗଲା ପରେ ୩୪ ଜଣଙ୍କ ମଧ୍ୟରୁ ପି.ଏଚ୍‌.ସିରେ ୨୪ ଜଣ, ସି.ଏଚ୍‌.ସି. ରେ ୫ ଜଣ ଓ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ୫ ଜଣଙ୍କୁ ନିଯୁକ୍ତି ଦିଆଯାଇଛି ।