ଭଦ୍ରକ, ୨୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ସରକାର ଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଙ୍କ ଆଦେଶ ସଂଖ୍ୟା ୧୭୬୦୪ ତା ୨୫.୧୧.୨୫ ଅନୁଯାୟୀ ନିଯୁକ୍ତି ପାଇଥିବା ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ,ଭଦ୍ରକ ମଧୁସ୍ମିତା ମହାପାତ୍ର ଆଜି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ଯୋଗଦାନ କରିଛନ୍ତି । ଯୋଗଦେବା ପରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଦାୟିତ୍ୱରେ ଥିବା ଡେପୁଟୀ କଲେକ୍ଟର କାର୍ତିକ ନାଥ ମଣ୍ଡଲ ତାଙ୍କୁ ଜିଲ୍ଲା ର ବର୍ତମାନ ର ସ୍ଥିତି ଉପରେ ବୁଝେଇବା ସହିତ ତାଙ୍କର ମୂଳ ଦାୟିତ୍ୱ ବିଷୟ ରେ ଅବଗତ କରାଇଥିଲେ । ସୂଚନା ଯୋଗ୍ୟ ଯେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ,ଭଦ୍ରକ ପଦବୀ ଗତ ୦୧.୦୪.୨୫ ରୁ ଅଦ୍ୟାବଦୀ ପୂରଣ ହୋଇ ପ।ରିନାହିଁ। ଏଇ ସମୟରେ ମଧୁସ୍ମିତାଙ୍କ ର ଯୋଗଦାନ ନିଶ୍ଚିତ ଭାବରେ ସୁଚନା ଓ ଲୋକ ସମ୍ପର୍କ ବିଭାଗ କୁ ଚଳଚଂଚଳ କରିବ । ଜିଲ୍ଲା ର ଅନେକ ଗୁଡ଼ିଏ ଦାୟିତ୍ୱ ରେ ଥିବା ଡେପୁଟୀ କଲେକ୍ଟର କାର୍ତିକ ମଣ୍ଡଳ ଙ୍କୁ ନିଶ୍ଚିତ ଭାବରେ ଏହା ଆଶ୍ୱାସନା। ଯୋଗଦାନ କଲା ପରେ ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ର କର୍ମଚାରୀ ଲିସାରାଣୀ ରାଉତ୍, ମିନାକ୍ଷୀ ଗରାବରୁ ଓ ପ୍ରଫୁଲ୍ଲ ଦାସ ଫୁଲ ତୋଡା ଓ ଉତରୀୟ ଦେଇ ସ୍ୱାଗତ କରିଥିଲେ । ଯୋଗଦାନ ପରେ ଭଦ୍ରକ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ପାଇଁ ଜିଲ୍ଲାପାଳ ଙ୍କ ନିର୍ଦ୍ଧେସ ଅନୁଯାୟୀ ସମସ୍ତ କାର୍ଯ୍ୟ ତୁଲାଇବା ପାଇଁ ସେ ବଦ୍ଧ ପରିକର ବୋଲି ପ୍ରକାଶ କରିଥିଲେ।