Odiapua.com

କାର୍ଯ୍ୟନିର୍ବାହୀ ଅଧିକାରିଣୀ ଭାବେ ସ୍ୱାତୀ ମିଶ୍ର ଦାୟିତ୍ୱ ନେଲେ

ନୟାଗଡ଼, ୪ା୨ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ପୌର ପରିଷଦର ନୂତନ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ସ୍ୱାତୀ ମିଶ୍ର ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏକ ଅଦଳ ବଦଳ ପ୍ରକ୍ରିୟାରେ ଓଡ଼ଗାଁ ବିଜ୍ଞାପିତ ଅଂଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ସ୍ୱାତୀ ମିଶ୍ରଙ୍କୁ ନୟାଗଡ଼ ପୌରପରିଷଦକୁ ବଦଳି କରାଯାଇଥିଲାବେଳେ ଏଠାରେ କାର୍ଯ୍ୟରତ ଥିବା କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନାଙ୍କୁ ଓଡ଼ଗାଁକୁ ବଦଳି କରାଯାଇଥିଲା। ସ୍ୱାତୀ ମିଶ୍ର ଆନୁଷ୍ଠାନିକ ଭାବେ ଆଜି ଦାୟିତ୍ୱ ନେଇଥିବାବେଳେ ବିଦାୟୀ କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନାଙ୍କୁ ପୌରପରିଷଦର ସମସ୍ତ କର୍ମଚାରୀ ବିଦାୟକାଳୀନ ସମ୍ବର୍ଦ୍ଧନା ଜଣାଇଥିଲାବେଳେ ନୂତନ କାର୍ଯ୍ୟନିର୍ବାହୀ ଅଧିକାରିଣୀ ସ୍ୱାତୀ ମିଶ୍ରଙ୍କୁ ସ୍ୱାଗତ କରାଯାଇଥିଲା। ଏହି ସମ୍ବର୍ଦ୍ଧନା ଉତ୍ସବରେ ପୌରଯନ୍ତ୍ରୀ ରଞ୍ଜନ କୁମାର ମହାରଣା, କନିଷ୍ଠ ଯନ୍ତ୍ରୀ ବିଷ୍ଣୁ ପ୍ରସାଦ, ଯନ୍ତ୍ରୀ ଚନ୍ଦ୍ର ଶେଖର ସାମନ୍ତରାୟ, ରାଜସ୍ୱ ସୁପରଭାଇଜର କୈଳାଶ ଜେନା, ବିତ୍ତ ଅଧିକାରୀ ଶିଶିର ଦାଶ, ନିର୍ମାଣ ବିଭାଗ ଜୁନିଅର ଆସିଷ୍ଟାଂଟ ଗଜେନ୍ଦ୍ର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।