Odiapua.com

କାର୍ତ୍ତିକ ବ୍ରତ ଆରମ୍ଭ ଶ୍ରୀକ୍ଷେତ୍ର ଚଳଚଞ୍ଚଳ

ପୁରୀ, ୧୫/୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – କାଲିଠାରୁ କାର୍ତିକବ୍ରତ ଆରମ୍ଭ ହୋଇଛି। ଏହିବ୍ରତ ପାଳନ କରିବା ପାଇଁ ସହରରେ ହବିଷ୍ୟାଳିମାନଙ୍କର ଭିଡ଼ ହୋଇଛି। ଭୋରୁ ହବିଷ୍ୟାଳିମାନେ ବିଭିନ୍ନ ତୀର୍ଥ ପୁଷ୍କରିଣୀ ଓ ମହୋଦଧିରେ ସ୍ନାନ କରି ଚଉରାମୂଳେ ବ୍ରାହ୍ମଣଙ୍କୁ ଗୁଆଟେକି ସଂଙ୍କଳ୍ପ କରି ଏହି ବ୍ରତ ପାଳନ କରିଛନ୍ତି। ବ୍ରତଚାରିଣୀମାନେ ଚଉରାମୂଳେ ପଞ୍ଚମୁରୁଜରେ ରାଧାଦାମୋଦର ବେଶ ଚିତ୍ରକରି ପୂଜା କରିଥିଲେ। ଶ୍ରୀମନ୍ଦିରରେ ଶୀଜୀଉମାନଙ୍କର ରାଇଦାମୋଦର ବେଶ ଦେଖିବା ପାଇଁ ହବିଷ୍ୟାଳିମାନଙ୍କର ଭିଡ଼ ଲାଗିରହିଥିଲା। ଜିଲା ପ୍ରଶାସନ ପକ୍ଷରୁ ହବିଷ୍ୟାଳିମାନଙ୍କୁ ରଖିବା ପାଇଁ କଲ୍ୟାଣ ମଣ୍ଡପ, ରେଳବାଇ ଆଶ୍ରୟ ସ୍ଥଳ, ଓ ନରେନ୍ଦ୍ରକୋଣ ଠାରେ ଅସ୍ଥାୟୀ ଶିବିରରେ ୩ହଜାର ହବିଷ୍ୟାଳିଙ୍କୁ ରଖାଯାଇଛି। ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡ଼ିଓ କନଫରେନସ୍ ମାଧ୍ୟମରେ ଅସ୍ଥାୟୀ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍ ଘାଟନ କରିଥିଲେ। ହବିଷ୍ୟାଳିମାନଙ୍କ ସହ ସେ ସୁବିଧା ଅସୁବିଧା ସଂମ୍ପର୍କରେ କଥାବାର୍ତ୍ତା କରିଥିଲେ। ଏଇ ସ୍ୱତନ୍ତ୍ର ଉତ୍ସବରେ ହବିଷଞାଳିମାନଙ୍କ ହୁଳହୁଳି ଓ ହରିବୋଲରେ ଷ୍ଟେସନ ଅଂଚଳ ପ୍ରକମ୍ପିତ ହୋଇଉଠିଥିଲା।