Odiapua.com

କାମାକ୍ଷାନଗର ଉପଜିଲାପାଳ ନାରାୟଣ ଚନ୍ଦ୍ର ନାୟକଙ୍କ ଭଦ୍ରକସ୍ଥିତ ଘରେ କଟକ ଭିଜିଲାନ୍ସ ଚଢାଉ

ଭଦ୍ରକ, ୧୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ ଙ୍କ ଭଦ୍ରକ ଜଗନାଥ ବିହାର ସ୍ଥିତ ବାସ ଭବନ ରେ କଟକ ଭିଜିଲାନ୍ସ ସେଲ ପକ୍ଷରୁ ଚଢ଼ାଉ.ଡି ଏସ ପି ମନୋରମା ମଲ୍ଲିକ ଙ୍କ ନେତୃତ୍ୱ ରେ ୫ ଜଣିଆ ଟେକ ନିକାଲ ଟିମ ର ଚଢ଼ାଉ। ଏଠାରେ ତାଙ୍କ ୩ ମହଲା ବିଶିଷ୍ଟ ଘର ଉପରେ ଭିଜିଲାନ୍ସ ର ଚଢ଼ାଉ। ସେଠାରେ ସେ ନ ଥିଲା ବେଳେ ତାଙ୍କ ଘରେ ଯେଉଁ ୫ ଜଣ ଭଡା ରେ ରହୁଛନ୍ତି ସେମାନଙ୍କୁ ପଚରା ଉଚରା କରିବା ସହିତ ତାଙ୍କ ୩ ମହଲା ଘର କୁ ମାପ ଚୁପ କରିଛନ୍ତି। ତେବେ ନାରାୟଣ ନାୟକ ଙ୍କ ଘର ଚାବି ପଡି ଥିବାରୁ ତାଙ୍କ ଚାବି ଖୁଲିଲେ ଜଣା ପଡିବ ତାଙ୍କ ଘରେ କେତେ ଟଙ୍କା ର ଆୟ ବହିର୍ଭୁତ ସମ୍ପତି ଠୁଳ ଅଛି। ତେଣୁ ଭୁବନେଶ୍ୱର ରୁ ଶ୍ରୀ ନାୟକ ଙ୍କ ପୁଅ ଚାବି ନେଇ ଆସୁ ଛନ୍ତି ସେ ଭଦ୍ରକ ରେ ପହଂଚି ଚାବି ଖୁଲିଲା ପରେ ଭିଜିଲାନ୍ସ ଅଧିକାରୀ ମାନେ ସବୁ ଦେଖି ଆକଳନ କରି ପାରିବେ। ସେହିପରି ଭିଜିଲାନ୍ସ ର ଅନ୍ୟ ଏକ ୩ ଜଣିଆ ଟିମ ଶ୍ରୀ ନାୟକ ଙ୍କ ଶଶୁର ଘର ତିହିଡି ଥାନା ଅଧିନସ୍ତ ବରୁନାଇ ଗାଁ ର ରବି ରଞ୍ଜନ ମଲ୍ଲିକ ଙ୍କ ଘରେ ଚଢ଼ାଉ କରିଥିଲେ। ସେଠାରେ ତାଙ୍କ ଶଶୁର ଘର ଏକ ମହଲା ଘର କୁ ମାପ ଚୁପ କରିବା ସହିତ ତାଙ୍କ ଶଳା ମାନଙ୍କ କାର୍ଯ୍ୟ ସମ୍ପର୍କ ରେ ପଚାରି ବୁଝି ଫେରି ଆସିଛନ୍ତି। ସେହିଭଳି ତାଙ୍କ ଆରଡ଼ି ଛକ ସ୍ଥିତ ଅଧା ଗଢ଼ା ଘର, ଭଣ୍ଡାରିପୋଖରୀ ବ୍ଲକ ଜୋରା ଗଡିଆ ସ୍ଥିତ ସମ୍ପର୍କୀୟ ଘର ଉପରେ ଭିଜିଲାନ୍ସ ଚଢ଼ାଉ କରିଥିବା ଜଣାପଡିଛି।