Odiapua.com

କାମକରି ଉଚିତ ପ୍ରାପ୍ୟ ନପାଇବାରୁ କୃଷି ଓ ପ୍ରାଣୀ ମିତ୍ରଙ୍କ ମଧ୍ୟରେ ଅସନ୍ତୋଷ,ବିଡ଼ିଓଙ୍କ କାର୍ଯ୍ୟାଳୟରେ ସଦର ସରପଂଚଙ୍କୁ ନେଇ ଆଲୋଚନା

???????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୧୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକର ବିଭିନ୍ନ ପଂଚାୟତରେ କାର୍ଯ୍ୟରତ ପ୍ରାଣୀ ଓ କୃଷିମିତ୍ରମାନେ କାମକରି ଉଚିତ ପ୍ରାପ୍ୟ ନପାଇବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ସେମାନେ ଗୁରୁବାର ବିଡ଼ିଓଙ୍କ ନିକଟରେ ଅଭିଯୋଗ କରିଥିଲେ । ଶୁକ୍ରବାର ବିଡ଼ିଓଙ୍କ କାର୍ଯ୍ୟାଳୟରେ ସଦର ସରପଂଚ ଶୁଭ୍ର ନାରାୟଣ ସେଠୀଙ୍କ ଉପସ୍ଥିତିରେ ବିଡ଼ିଓ ନିରଞ୍ଜନ ବାରିକ ଏନେଇ ଆଲୋଚନା କରିଥିଲେ। ଉଚିତ ପ୍ରାପ୍ୟ ନପାଇବା ଉପରେ କୌଣସି ସମାଧାନର ବାଟ ବାହାରି ପାରିନଥିଲା।ଯେଉଁଥି ପାଇଁ ସେମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଶେଷରେ ବିଡ଼ିଓ ଦାବି ଗୁଡିକ ସରକାରଙ୍କୁ ଜଣାଇବା ପାଇଁ ପରାମର୍ଶ ଦେଇଥିବା ବେଳେ ଯେତିକି କାମ ସେତିକି ପ୍ରାପ୍ୟ ମିଳିବ। ଏହା ଦରମା ନୁହେଁ ବୋଲି ସେମାନଙ୍କୁ ବୁଝାଇ କହିଥିଲେ। ପ୍ରାଣୀ ଓ କୃଷିମିତ୍ରମାନେ ଅଭିଯୋଗରେ ଦର୍ଶାଇଛନ୍ତି ଯେ , ଗତ ୨୦୧୬ଠାରୁ ସେମାନେ ପଂଚାୟତସ୍ତରୀୟ ମହାସଂଘ ଦ୍ୱାରା ନିଯୁକ୍ତି ପାଇ ୧୦ଟି ପଂଚାୟତରେ କାର୍ଯ୍ୟ କରୁଥିଲେ । ସେହିସବୁ ପଂଚାୟତରେ କୃଷିମିତ୍ର ୩ଜଣ ଏବଂ ପ୍ରାଣୀମିତ୍ର ୨ଜଣ କରି ମୋଟ ୫୦ଜଣ କାର୍ଯ୍ୟରତ ଥିଲେ । ସେହି ସମୟରେ ସେମାନଙ୍କୁ ପ୍ରଥମେ ମାସିକ ୩୭୫୦ ଓ ପରେ ୬୨୫୦ଟଙ୍କା ଲେଖାଏଁ ପ୍ରାପ୍ୟ ୨୦୨୫ମାର୍ଚ୍ଚ ପର୍ଯ୍ୟନ୍ତ ପ୍ରଦାନ କରାଯାଇଥିଲା । ୨୦୨୨ ଓ ୨୦୨୩ରେ ସେମାନଙ୍କୁ ୧୦ପଂଚାୟତ ପରିବର୍ତେ ୩୧ପଂଚାୟତରେ କାର୍ଯ୍ୟ କରିବାକୁ ଦାଇତ୍ୱ ଦିଆଯାଇଥିଲା । ଯାହାଫଳରେ କୃଷି ଓ ପ୍ରାଣୀମିତ୍ରଙ୍କୁ ନିଜ ପଞ୍ଚାୟତ ସହିତ ଏକାଧିକ ପଂଚାୟତରେ କାର୍ଯ୍ୟ କରିବାକୁ ହୋଇଥିଲା । ଦକ୍ଷତା ଭିତିରେ ପ୍ରୋତ୍ସାହନ ରାଶି ପ୍ରଦାନର ସରକାରଙ୍କ ନିୟମ ଥିବାରୁ ଗତ ବର୍ଷ ଏପ୍ରିଲରୁ ନଭେମ୍ବର ପର୍ଯ୍ୟନ୍ତ ସେମାନେ ମାସିକ ବିବରଣୀ ପ୍ରଦାନ କରିଥିଲେ। ସେମାନେ ଗୋଟିଏ ପଂଚାୟତରେ ସୀମିତ ନରହି ୨୫ରୁ ୩୦କିମି ରାସ୍ତା ଅତିକ୍ରମ କରି କାର୍ଯ୍ୟ କରିଥିବା ଦର୍ଶାଇଥିଲେ । ଏପରିସ୍ଥଳେ ସେମାନଙ୍କୁ ୫ମାସର ପ୍ରାପ୍ୟ ଭାବେ ୨୩ରୁ ୨୮ହଜାର ଟଙ୍କା ପ୍ରଦାନ କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସେମାନେ ଦର୍ଶାଇଛନ୍ତି । ମାସିକ ୬୨୫୦ଟଙ୍କା ପରିବର୍ତେ କାହାକୁ ୪ହଜାର ତ କାହାକୁ ୪୫୦୦ଟଙ୍କା ଦିଆଯିବା ବେଳେ ନିର୍ଦ୍ଦିଷ୍ଟ ପଂଚାୟତରେ କାର୍ଯ୍ୟରତ ସିଆରପିମାନଙ୍କୁ ୬ରୁ ୬୫୦୦ଟଙ୍କା ପ୍ରଦାନ କରାଯିବା ଘଟଣାରୁ ବିଭାଗୀୟ ଅଧିକାରୀ ପୂର୍ବ ଆକ୍ରୋଶର ପ୍ରତିଶୋଧ ନେଉଥିବା ପ୍ରମାଣିତ ହେଉଥିବା ସେମାନେ ଦର୍ଶାଇଥିଲେ । ତେବେ ନ୍ୟାୟ ନମିଳିଲେ ସେମାନେ କାର୍ଯ୍ୟବନ୍ଦ ଆନ୍ଦୋଳନକରିବେ ବୋଲି ରବିନ୍ଦ୍ର ନାଥ ପାଣିଗ୍ରାହୀ,ସିତାରାଣୀ ସାହୁ,ରାଜୀବ ଜେନା,ଶକୁନ୍ତଳା ବାରିକ,ବନିତା ରାଣୀ ପାଟ,ସୁମତି ତ୍ରିପାଠୀ,ଧୀରେନ୍ଦ୍ର ସାମଲ, ମିନାରାଣୀ ଭଞ୍ଜ,ରଂଜନା ନାଥ,ଦିଗମ୍ବର ବେହେରା,ରଞ୍ଜନ ମହାଳିକ,ମାନସୀ ପରିଡା,ମିନତୀ ବାରିକ,ରଞ୍ଜନ ନାୟକ,ରେଖାରଣୀ ସାହୁ,ଜୀବନ ପଣ୍ଡା,ମନୋଜ ମଳିକ ପ୍ରମୁଖ ପ୍ରାଣୀ ଓ କୃଷିମିତ୍ରମାନେ ଚେତାବନୀ ଦେଇଛନ୍ତି ।ଅଲୋଚନାବେଳେ ବ୍ଲକ କୃଷି ଅଧିକାରୀ ଅମର ପ୍ରସାଦ ସାହୁ, ଗ୍ରାମ୍ୟ କୃଷି କର୍ମଚାରୀ ସନ୍ତୋଷ ମହାନ୍ତିଙ୍କ ସହିତ ପ୍ରାଣୀ ଓ କୃଷିମିତ୍ରମାନେ ଉପସ୍ଥିତ ଥିଲେ ।