Odiapua.com

କାବୁଲ ଏୟାରପୋର୍ଟ ଆକ୍ରମଣର ପ୍ରତିଶୋଧ ନେଇ ଆମେରିକାର ଏୟାର ଷ୍ଟ୍ରାଇକ : ଆଇଏସ ସଦସ୍ୟଙ୍କୁ ଟାର୍ଗେଟ କରି ମାରିଲା

ନୂଆଦିଲ୍ଲୀ ୨୮-୮ (ଓଡ଼ିଆ ପୁଅ) : କାବୁଲରେ ଆମେରିକା ବିରୋଧରେ ଆକ୍ରମଣ ଯୋଜନାରେ ସମ୍ପୃକ୍ତ ଥିବା ଇସଲାମିକ୍ ଷ୍ଟେଟ୍ ସଦସ୍ୟଙ୍କ ବିରୋଧରେ ଆମେରିକା ଶନିବାର ଡ୍ରୋନ୍ ଷ୍ଟ୍ରାଇକ୍ କରିଛି ବୋଲି ସେନା ପକ୍ଷରୁ କୁହାଯାଇଛି। ଆମେରିକାର ସେଣ୍ଟ୍ରାଲ କମାଣ୍ଡ କହିଛି ଯେ, ଏହି ଷ୍ଟ୍ରାଇକ୍‌ କାବୁଲର ପୂର୍ବରେ ଥିବା ନାଙ୍ଗାହାର ପ୍ରଦେଶରେ ଘଟିଛି।

ଆମେରିକାର ସାମରିକ ବିବୃତ୍ତିରେ କୁହାଯାଇଛି ଯେ, “ପ୍ରାରମ୍ଭିକ ସଙ୍କେତ ହେଉଛି ଯେ, ଆମେ ଟାର୍ଗେଟକୁ ହତ୍ୟା କରିଛୁ। କୌଣସି ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟି ନାହିଁ।

କାବୁଲ ବିମାନବନ୍ଦରରେ ୧୩ ଜଣ ଆମେରିକୀୟ ସୈନ୍ୟ ଏବଂ ପ୍ରାୟ ୨୦୦ ଆଫଗାନିସ୍ତାନୀ ପ୍ରାଣ ହରାଇଥିବା ଏହି ବୋମା ବିସ୍ଫୋରଣର ଗୋଟିଏ ଦିନ ପରେ ଏହି ଆକ୍ରମଣ ହୋଇଛି।

ଗୁରୁବାର ଦିନ ଆମେରିକାର ରାଷ୍ଟ୍ରପତି ଜୋ ବିଡେନ କାବୁଲ ବିମାନବନ୍ଦର ଆକ୍ରମଣ ପାଇଁ ଦାୟୀ ଲୋକଙ୍କୁ ଶିକାର କରିବାକୁ ଶପଥ ନେଇଛନ୍ତି ଏବଂ କହିଛନ୍ତି ଯେ ଅପରାଧୀଙ୍କ ଉପରେ ଆକ୍ରମଣ କରିବାକୁ ଯୋଜନା ପ୍ରସ୍ତୁତ କରିବାକୁ ସେ ପେଣ୍ଟାଗନ୍‌କୁ ନିର୍ଦ୍ଦେଶ ଦେଇଛନ୍ତି।