Odiapua.com

କାବୁଲରେ କାର ବମ୍ ଧମାକା; ୭ ମୃତ

କାବୁଲ: ଆଫଗାନିସ୍ତାନ ରାଜଧାନୀ କାବୁଲରେ ଗୃହ ମନ୍ତ୍ରଳାୟ ନିକଟରେ ଏକ କାର ବମ୍ ବିସ୍ଫୋରଣରେ ଅତି କମରେ ୭ ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।ଏପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଙ୍ଗଠନ ଏଥିପାଇଁ ନିଜକୁ ଦାୟୀ କରି ନାହାଁନ୍ତି।ସୂଚନାଯୋଗ୍ୟ ଏଇ ମଙ୍ଗଳବାର ଦିନ ଅପହୃତ ଦୁଇ ପ୍ରଫେସରଙ୍କ ବଦଳରେ ଦୁଇ ତାଲିବାନ ଏବଂ ଜଣେ ହକ୍କାନୀ ଆତଙ୍କବାଦୀଙ୍କୁ ଆଫଗାନିସ୍ତାନ ସରକାର ମୁକ୍ତ କରିଥିଲେ।-ଦେବଦତ୍ତ ରଥ