Odiapua.com

କାନ୍ଥ ପଡ଼ି ବୃଦ୍ଧ ଦମ୍ପତି ଗୁରୁତର, ମେଡିକାଲରେ ଭର୍ତ୍ତି

ଜଗତସିଂହପୁର,୨୭/୧୦,(ଓଡ଼ିଆ ପୁଅ ପି ନାଏକ):ଆଜି ଜଗତସିଂହପୁର ଜିଲ୍ଲା ସଦର ଥାନା ପୁନଙ୍ଗ ଗ୍ରାମରେ କାନ୍ଥ ପଡି ବୃଦ୍ଧ ଦମ୍ପତି ଗୁରୁତର ହୋଇଛନ୍ତି । ତେବେ ଗୁରୁତର ମାନେ ପୁନଙ୍ଗ ଗାଁ ର ବାବାଜୀ ଦାସ ଓ ତାଙ୍କ ସ୍ତ୍ରୀ ହୀରା ଦେଇ ବୋଲି ସୂଚନା ମିଳିଛି। ଏହି ଘଟଣା ପରେ ଉଭୟଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ମାତ୍ର ବାବାଜୀଙ୍କ ସ୍ବାସ୍ଥ୍ୟ ଅଧିକ ସଂକଟାପର୍ଣ୍ଣ ହେବାରୁ ତାଙ୍କୁ ଏବେ କଟକ  ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ, ବୃଦ୍ଧ ଦମ୍ପତି ଘରେ ବସି ଥିବାବେଳେ ଲଗାଣ ବର୍ଷାରେ ଭିଜି ଯାଇଥିବା ମାଟି କାନ୍ଥ ହଠାତ୍ ସେମାନଙ୍କ ଉପରେ ପଡି ଯାଇଥିଲା । ପରେ ଗ୍ରାମବାସୀ ମାନେ ଉଭୟଙ୍କୁ କାନ୍ଥ ତଳୁ ଉଦ୍ଧାର କରି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ।