Odiapua.com

କାନ୍ଥ ନେଲା ଜଣଙ୍କ ଜୀବନ, ୨ ଗୁରୁତର

ସମ୍ବଲପୁର,୧୩/୦୯,(ଓଡ଼ିଆ ପୁଅ ପି ନାଏକ): ସମ୍ବଲପୁର ମହାନଗର ଭାଲୁପାଲି ଗାଁରେ ଲଗାଣ ବର୍ଷା ଯୋଗୁଁ କାନ୍ଥ ଭୁଶୁଡ଼ି ଜଣଙ୍କ ପ୍ରାଣହାନୀ ଘଟିଛି ।   ତେବେ ଏସବୁ ଏକମାତ୍ର କାରଣ ଲଗାଣ ବର୍ଷା । ଏଥିରେ ମୃତ୍ୟୁ ବରଣ କରିଥିବା ମୃତକ ଅଜୁ ମୁଣ୍ଡା। ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଏବେ  ସେମାନଙ୍କୁ ଜିଲ୍ଲା ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ତେବେ ମିଳିଥିବା ସୂଚନା ଅନୁସାରେ, ଘରେ ସମସ୍ତେ ଶୋଇଥିବାବେଳେ ବିଳମ୍ବିତ ରାତିରେ କାନ୍ଥଟି ଭୁଷୁଡି ପଡିଥିଲା। ଫଳରେ କାନ୍ଥ ତଳେ ସମସ୍ତେ ଚାପି ହୋଇ ରହିଯାଇଥିଲେ। ଖବର ପାଇ ଘଟଣାସ୍ଥଳରେ ପ୍ରଶସାନିକ ଅଧିକାରୀ ପହଞ୍ଚି ତଦନ୍ତ କରୁଥିବା ସୂଚନା ମିଳିଛି।