Odiapua.com

କାନ୍ଥ ତାଡ଼ି ଭେରାଇଟି ଷ୍ଟୋର୍ ରୁ ଲୁଟିନେଲେ ଦୁର୍ବୁତ୍ତ

ଭଦ୍ରକ, ୨୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ କାଲି ଭଦ୍ରକ ଜିଲ୍ଲା ଆଗରପଡ଼ା ଥାନା ଅଧିନ ଅଣିଜୋ ବଜାରରେ ଥିବା ଲକ୍ଷ୍ମୀ ଭେରାଇଟି ଷ୍ଟୋର୍ ରୁ ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ଚୋରି ହୋଇଥିବା ନେଇ ଆଗରପଡ଼ା ଥାନାରେ ଲିଖିତ ଅଭିଯୋଗ ହୋଇଛି । ସବୁଦିନ ପରି ଅଣିଜୋ ଗ୍ରାମର ସଞ୍ଜିତ କୁମାର ଗାହାଣ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ । ଆଜି ସକାଳେ ଭେରାଇଟି ଷ୍ଟୋର୍ ପଛ କାନ୍ଥ ଭାଙ୍ଗି ଦୁର୍ବୁତ୍ତ ମାନେ ଜିନିଷ ପତ୍ର ଲୁଟିନେଇ ଥିବା ଜଣାପଡିଥିଲା । ତୁରନ୍ତ ପୋଲିସ୍ କୁ ଖବର ଦେବା ପରେ ସଞ୍ଜିତ ତାଙ୍କ ଷ୍ଟୋର୍ ମଧ୍ୟରେ ଥିବା ପାଖା ପାଖି ୨୦ହଜାର ଟଙ୍କା, ଜେରକ୍ସ, ଲାମିନେସନ୍‌, ଫଟୋ ମେସିନ୍‌, ଇନ୍‌ଭୋଟର୍ ବ୍ୟାଟେରି, କମ୍ପ୍ୟୁଟର, ମୋବାଇଲ୍‌, ଗ୍ରାଇଣ୍ଡର, ପ୍ରେସର୍‌କୁକର, ଟଲ୍ଲି ବ୍ୟାଗ୍‌, ରୁମ୍ ହିଟର୍ ପରି ମୁଲ୍ୟବାନ ସାମଗ୍ରୀକୁ ଦୁର୍ବୁତ୍ତ ମାନେ ଲୁଟି ନେଇଥିବା ଦେଖାଯାଇଥିଲା । ଖବରପାଇ ଆଗରପଡ଼ା ଥାନାଧିକାରୀ ଅମିତ୍ କୁମାର ଭୁୟାଁଙ୍କ ନେତୃତ୍ତ୍ୱରେ ସାଇଣ୍ଟିଫିକ୍ ଟିମ୍ ତଦନ୍ତ ଆରମ୍ଭ କରିଛି । ତେବେ ଏହି ଚୋରି ପଛରେ ଅଞ୍ଚଳବାସୀଙ୍କ ହାତ ଥିବା ସଞ୍ଜିତ କହିଛନ୍ତି ।