Odiapua.com

କାନ୍ଥରେ ବାଇକ ପିଟି ହୋଇ ଜଣେ ମୃତ

ଅନୁଗୋଳ,୧୪ା୯(ଓଡ଼ିଆ ପୁଅ/ନିହାର ରଞ୍ଜନ ସାମଲ):  ଅନୁଗୋଳ ଜିଲ୍ଲା ପାଳଲହଡା ବ୍ଲକ ଖମାର ଥାନା ଅନ୍ତର୍ଗତ ୧୪୯ତମ ଜାତୀୟ ରାଜପଥର ଗୋପବନ୍ଧୁ ହାଇସ୍କୁଲ ସମ୍ମୁଖରେ ମର୍ମତୁନ୍ତ ସଡ଼କ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା କାନ୍ଥରେ ଧକ୍କା ଦେବା ଫଳରେ ବାଇକ ଚାଳକଙ୍କ ମୃତ ଘଟିଛି I ମୃତକ ଜଣକ କଣିହାଁ ଥାନା ଅନ୍ତର୍ଗତ କଟରାପଡା ଗ୍ରାମର ବିଜୟ ମହାନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି, ତାଙ୍କୁ ଗୁରୁତର ଅବସ୍ଥାରେ ଖମାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ I ଖମାର ପୋଲିସ ଘଟଣାସ୍ଥଳରେ ପହଂଚି ଅଧିକ ତଦନ୍ତ ଚଳାଇଛି I