Odiapua.com

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପ୍ରତି ଅସମ୍ମାନ : ଧାରଣା ଦ୍ୱିତୀୟ ଦିନରେ

ଭଦ୍ରକ, ୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କାନ୍ତକବି ମଂଚ ପକ୍ଷରୁ ବାଇପାସ୍ ନିକଟରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଭଗ୍ନାଂଶ ପ୍ରତିମୂର୍ତ୍ତି ତଳେ ଧାରଣା ଓ ପ୍ରତିବାଦ ଦ୍ୱିତୀୟ ଦିନରେ ପହଞ୍ôଚଛି । ‘ବନ୍ଦେ ଉତ୍କଳ ଜନନୀ’ ର ରଚୟିତା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପ୍ରତି ଅସମ୍ମାନ ପ୍ରତିବାଦରେ ୬ ଦଫା ଦାବି ନେଇ ମଂଚ ପକ୍ଷରୁ ଏହି ଧାରଣା ଦିଆଯାଇଛି । କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ରାଜ୍ୟ ସରକାର ନିର୍ଦ୍ଦେଶରେ ସବୁଠି ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯାଇଥିବାବେଳେ ଭଦ୍ରକ ବାଇପାସ୍ ନିକଟରେ ଥିବା ଏକମାତ୍ର ପ୍ରତିମୂର୍ତ୍ତି ଭଗ୍ନାଂଶ ଅବସ୍ଥାରେ ଥିବାବେଳେ, ଏହା କାନ୍ତକବିଙ୍କ ପ୍ରତି ଅସମ୍ମାନ ବୋଲି ମଂଚ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ଧାରଣାକୁ ଭଦ୍ରକ ସୋସିଆଲ ସର୍ଭିସ୍ ସମର୍ଥନ ଜଣାଇ ଧାରଣାରେ ସାମିଲ୍ ହୋଇଥିଲା । ତେବେ ସରକାର ଏ ଦିଗରେ ତୁରନ୍ତ ପଦକ୍ଷେପ ନେବା ସହ, ପୁନଃ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରିବା ସହ, ମରଣୋତ୍ତର ଭାରତ ରତ୍ନ ଉପାଧି ପ୍ରଦାନ କରିବା, ଡାକ ଟିକଟ ପ୍ରଚଳନ କରିବା ପ୍ରମୁଖ ଦାବି ନେଇ ମଂଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା ।