Odiapua.com

କାନ୍ତକବିଙ୍କ ସାଧନାପୀଠରେ ସାଂସଦ ମଂଜୁଲତା ମଣ୍ଡଳ : ପୁଷ୍ପ ମାଲ୍ୟାର୍ପଣ, ସମବେତ ରାଜ୍ୟ-ବନ୍ଦନା ସଂଗୀତ ଗାନ ଓ ବିକାଶ ପାଇଁ ଯୋଜନା

ଭଦ୍ରକ, ୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେବଳ ତାଳପଦା କିମ୍ବା ଭଦ୍ରକ ନୁହଁ ଓଡ଼ିଶାର ବରପୁତ୍ର କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ କାଳଜୟୀ ରାଜ୍ୟ ବନ୍ଦନା ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ ରାଜ୍ୟ ସଂଗୀତ ଭାବେ ମାନ୍ୟତା ପାଇବା ପରେ ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ ଓ ବିଜେଡିର ବହୁ ବିଶିଷ୍ଟ ନେତା ତାଳପଦା ସ୍ଥିତ କାନ୍ତକବିଙ୍କ ସାଧାନ ପୀଠ ତଥା ସମାଧୀ ପୀଠରେ ପହଞ୍ôଚ ପୁଷ୍ପମାଲ୍ୟାର୍ପଣ କରିବା ସହିତ କାନ୍ତକବିଙ୍କୁ ହୃଦୟରୁ ପ୍ରଣାମ ଜଣାଇଥିଲେ । ଏଥିସହିତ କ୍ୟାବିନେଟ୍‌ରେ ଅନୁମୋଦନ ଲାଭ କରି ଓଡ଼ିଶା ରାଜ୍ୟ ସଂଗୀତର ମାନ୍ୟତା ପାଇଥିବା ‘ବନ୍ଦେ ଉତ୍କଳ ଜନନୀ’ ସାମାଜିକ ଦୂରତ୍ୱ ରକ୍ଷା ପୂର୍ବକ ସମବେତ ଭାବରେ ଗାନ କରାଯାଇଥିବାବେଳେ ଏହି ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେଡି ନେତୃତ୍ୱ ସୁଧାକର ନନ୍ଦ, ପୂର୍ବତନ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷ ଜଗନ୍ନାଥ ସ୍ୱାଇଁ, ବରିଷ୍ଠ ନେତା ଲକ୍ଷ୍ମୀ ମହାପାତ୍ର, ସଂଗଠକ ଓ ସାହିତ୍ୟିକ ଅଶୋକ ନାୟକ, ଧାମନଗର ସମବାୟ ବ୍ୟାଙ୍କ ପ୍ରେସିଡେଣ୍ଟ ରଘୁନାଥ ନାୟକ, ଜିଲା ପରିଷଦ ସଭ୍ୟ ଚିନ୍ତାମଣି ଦାସ, ତିହିଡି ବ୍ଲକ୍ ଚେୟାରମେନ୍ ବିଦ୍ୟୁତଲତା ନାୟକ, ଉପାଧ୍ୟକ୍ଷା ମାନସ ରଂଜନ ପାଠୀ, କାନ୍ତକବି ସ୍ମୃତି କମିଟିର ସଭାପତି ବାଣୀ କଲ୍ୟାଣ ମହାପାତ୍ର, ଗୁଆମାଳ ସରପଞ୍ଚ ପ୍ରଦୀପ ପଣ୍ଡା, ଦୋଳସାହି ସମିତି ସଭ୍ୟ ଦାଶରଥି ମହାପାତ୍ର ଓ ସାଂସଦ ପ୍ରତିନିଧି ହରେକୃଷ୍ଣ ଜେନା ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଓ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗ ଦେଇଥିଲେ । ଏଥିରେ କିନ୍ତୁ କବିଙ୍କ ସାଧନାପୀଠ ତଥା ସ୍ମୃତିପୀଠର ବିଭିନ୍ନ ପ୍ରକାର ବିକାଶ ପାଇଁ ଆଲୋଚନା ହେବା ସହ ୭୦ ଲକ୍ଷ ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ବୋଲି କହି ବୋଡକ ରାସ୍ତାର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରାଯିବା ପାଇଁ ଉଦ୍ୟମ କରାଯିବା ସହିତ ଭଦ୍ରକ ବାଇପାସ ଠାରେ କାନ୍ତକବିଙ୍କ ପ୍ରତିମୂର୍ତ୍ତି ସ୍ଥାପନା ପାଇଁ ସାଂସଦଙ୍କ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ଅନୁଦାନ ରାଶି ପ୍ରଦାନ କରାଯିବା ପାଇଁ ସାଂସଦ ମୌଖିକ ପ୍ରତିଶ୍ରୁତି ଦେଇଥିଲେ । ସମସ୍ତ କାର୍ଯ୍ୟକ୍ରମ ସାମାଜିକ ଦୂରତା ରକ୍ଷା ଏବଂ ମାକ୍ସ ପରିଧାନ ପୂର୍ବକ ଅନୁଷ୍ଠିତ ହୋଇଥିଲା ।