Odiapua.com

କାଦବରାଙ୍ଗରେ ଗ୍ରାମୀଣ ଉଦ୍ୟୋଗ ପାର୍କ ଉଦ୍‌ଘାଟନ

ଭଦ୍ରକ, ୧୪ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବନ୍ତ ବ୍ଲକ ଅଧୀନରେ କାଦବରାଙ୍ଗ ଗ୍ରାମପଞ୍ଚାୟତରେ ଏକ ଗ୍ରାମୀଣ ଉଦ୍ୟୋଗ ପାର୍କ ବିଧାୟକ ଭଣ୍ଡାରୀ ପୋଖରୀ ପ୍ରଫୁଲ୍ଲ ସାମଲଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ କୁମାର ଜେନା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବନ୍ତ, ଓରମାସ୍‌ର ଉପ କାର୍ଯ୍ୟନିର୍ବାହୀ ଅଧିକାରୀ ଭାଗ୍ୟଲକ୍ଷ୍ମୀ ରାଉତ ଉପସ୍ଥିତ ଥିଲେ । କାଦବରାଙ୍ଗ ପଞ୍ଚାୟତର କମ୍ୟୁନିଟି, ଏମ୍‌.ବି.କେ. ଏବଂ ଉକ୍ତ ଗ୍ରାମୀଣ ଉଦ୍ୟୋଗ ପାର୍କରେ କାର୍ଯ୍ୟ କରୁଥିବା ସମସ୍ତ ସଦସ୍ୟାମାନଙ୍କର କିପରି ବହୁବିଧ ଉନ୍ନତି ହେବ ସେଥିନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ଯଥା ଟେଲରିଂ, କମ୍ୟୁନିଟି କିଚେନ, ନର୍ସରୀ, ମୁଢିଭାଟି, ଫିନାଇଲ ତିଆରି, ଡାଲି ପ୍ରୋସେସିଂ ମାଛ ଚାଷ ଆଦି ହାତକୁ ନିଆଯାଇଛି । ଉକ୍ତ ଗ୍ରାମୀଣ ପାର୍କର ମୁଖ୍ୟ ଉଦ୍ଦେଶ୍ୟ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଉଦ୍ଦ୍ୟୋଗୀରେ ପରିଣତ କରିବା । ୨ଟି ଉତ୍ପାଦକ ଗୋଷ୍ଠୀ ଏବଂ ୧୦ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ସେହି ଗ୍ରାମୀଣ ପରିସ୍ଥିତିର ସୁଧାର ଆଣିଛନ୍ତି । ମାନ୍ୟବର ବିଧାୟକ ଓରମାସ ଓ ମିଶନ ଶକ୍ତିର ପ୍ରୟାସକୁ ସାଧୁବାଦ ଦେବା ସହ ସମସ୍ତ ପ୍ରକାଶ ସହଯୋଗ କରିବେ ବୋଲି ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓରମାସର ବିଜିନେସ୍ ମ୍ୟାନେଜର ଜ୍ୟୋତିରଞ୍ଜନ ପାଣୀ ଓ ଏମ୍‌.ବି.କେ କମଳା ମିଶ୍ର କିପରି ଭ୍ୟାଲ୍ୟୁ ଆଡ଼ିସନ ହୋଇ ଉତ୍ପାଦ ଗୁଡ଼ିକର ବିକ୍ରି ହେବ ସେ ବିଷୟରେ ସମସ୍ତଙ୍କୁ ଅବଗତ କଲେ ।