Odiapua.com

କାଣ୍ଡପଡାରୁ ବାରଫୁଟ ଲମ୍ବର କିଙ୍ଗ୍ କୋବ୍ରା ଉଦ୍ଧାର

ନୟାଗଡ/୧୯/୧୦(ଓଡିଆପୁଅ /ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ବନାଂଚଳରେ କିଙ୍ଗ୍‌କୋବ୍ରା ସଂଖ୍ୟା ବଢିଥିବାର ଜଣାପଡିଛି । ଜଙ୍ଗଲରେ ଖାଦ୍ୟ ଅଭାବ ହେବାରୁ ଗ୍ରାମାଂଚଳକୁ  ମାଡି ଆସୁଛନ୍ତି ।

ସେହିଭଳି ଏକ ୧୨ଫୁଟର କିଙ୍ଗ୍ କୋବ୍ରାକୁ  କାଣ୍ଡପଡା ପଂଚାୟତ ନିକଟ ବଂଶୀଧର ରାଉତଙ୍କ ବାରିପଟୁ ଉଦ୍ଧାର କରାଯାଇଥିବା ଜଣାପଡିଛି । ନିକଟସ୍ଥ ସିନ୍ଦୁରିଆ ଗ୍ରାମର ସର୍ପ ଧରାଳି ପ୍ରଦୀପ କୁମାର ପରିଡା କିଙ୍ଗ୍ କୋବ୍ରାକୁ ଧରି ଭେଟବର ଡ୍ୟାମ ଉପରେ ଥିବା ଜଙ୍ଗଲରେ ଛାଡିଥିବା ଜଣାପଡିଛି ।