ନୟାଗଡ/୧୯/୧୦(ଓଡିଆପୁଅ /ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ବନାଂଚଳରେ କିଙ୍ଗ୍କୋବ୍ରା ସଂଖ୍ୟା ବଢିଥିବାର ଜଣାପଡିଛି । ଜଙ୍ଗଲରେ ଖାଦ୍ୟ ଅଭାବ ହେବାରୁ ଗ୍ରାମାଂଚଳକୁ ମାଡି ଆସୁଛନ୍ତି ।
ସେହିଭଳି ଏକ ୧୨ଫୁଟର କିଙ୍ଗ୍ କୋବ୍ରାକୁ କାଣ୍ଡପଡା ପଂଚାୟତ ନିକଟ ବଂଶୀଧର ରାଉତଙ୍କ ବାରିପଟୁ ଉଦ୍ଧାର କରାଯାଇଥିବା ଜଣାପଡିଛି । ନିକଟସ୍ଥ ସିନ୍ଦୁରିଆ ଗ୍ରାମର ସର୍ପ ଧରାଳି ପ୍ରଦୀପ କୁମାର ପରିଡା କିଙ୍ଗ୍ କୋବ୍ରାକୁ ଧରି ଭେଟବର ଡ୍ୟାମ ଉପରେ ଥିବା ଜଙ୍ଗଲରେ ଛାଡିଥିବା ଜଣାପଡିଛି ।