Odiapua.com

କାଠ ମାଫିଆଙ୍କ ଉଦ୍ୟମ ପଣ୍ଡ ତିନୋଟି ଶାଳଗଣ୍ଡି ଜବତ

ମୋହନା,୦୩/୦୫ (ଓଡ଼ିଆ ପୁଅ/ହନୀ ବିଷୋୟୀ) ଗଜପତି ଜିଲ୍ଲା ମୋହନା ବନାଞ୍ଚଳରୁ ବେଆଇନଭାବେ ଚୋରା ଚାଲାଣ ହେବାକୁ ଥିବା ଆନୁମାନିକ ପଚାଶ ହଜାର ଟଙ୍କା ରୁଉଦ୍ଧ ମୂଲ୍ୟର ତିନୋଟି ଶାଳଗଣ୍ଡି ମୋହନା ବନ ବିଭାଗ ଜବତ କରିଛି। ସୂଚନା ମୁତାବକ ମୋହନା ରେଞ୍ଜ ଅଧିନ ବୁଲଡାପଙ୍କା ନିକଟ ବଣରେ କାଠ ମାଫିଆମାନେ ବେଆଇନ ଭାବେ ତିନୋଟି ଶାଳଗଣ୍ଡି ଚୋରା ଚାଲାଣ ନିମନ୍ତେ ଉଦ୍ୟମ କରୁଥିବା ଖବର ପାଇ ମୋହନା ବନ ବିଭାଗ ଅଧିକାରୀ କଳ୍ପନା ନାୟକ ଓ ବନ ବିଭାଗ କର୍ମଚାରୀ ସେଠାରେ ପହଞ୍ଚି ଶାଳଗଣ୍ଡି ଗୁଡିକ ଜବତ କରିଥିଲେ କିନ୍ତୁ କାଠ ମାଫିଆମାନେ ଫେରାର ହୋଇଯାଇଥିବା ଜଣାପଡିଛି।