– ଆହତଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇବା ସହ ମୃତ ଲୋକଙ୍କୁ ଘରେ ପହଁଚାଇବାର ବ୍ୟବସ୍ଥା କରିବା ନେଇ ଅନୁରୋଧ
ନୂଆଦିଲ୍ଲୀ/ଭୁବନେଶ୍ୱର, ଜୁନ ୧୧ (ଓଡ଼ିଆ ପୁଅ) – ନେପାଳ କାଠମାଣ୍ଡୁରେ ମଙ୍ଗଳବାର ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଓଡିଆ ତୀର୍ଥଯାତ୍ରୀଙ୍କ ମୃତାହତ ଓ ଚିକିତ୍ସା ଆଦି ପ୍ରସଙ୍ଗରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡାକ୍ତର ଶଭ୍ରମଣ୍ୟମ ଜୟଶଙ୍କରଙ୍କ ତ୍ୱରିତ ହସ୍ତକ୍ଷେପ ଲୋଡିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଶ୍ରୀ ପ୍ରଧାନ ଡା ଜୟଶଙ୍କରଙ୍କୁ ଚିଠି ଲେଖି ଜଣାଇଛନ୍ତି ଯେ ଏହି ବସ ଦୁର୍ଘଟଣାରେ ଓଡିଶାର ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲାର କିଛି ଯାତ୍ରୀ ଥିବାବେଳେ ଦୁଇ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହାବ୍ୟତିତ ଅନ୍ୟ କେତେକ ଯାତ୍ରୀମାନେ ଦୁର୍ଘଟଣାରେ ଆହତ ହୋଇଥିବା ବେଳେ ସେଠାକାର ଡାକ୍ତରଖାନାରେ ସେମାନଙ୍କ ଚିକିତ୍ସା ଚାଲିଛି।
ଶ୍ରୀ ପ୍ରଧାନ ଡା ଜୟଶଙ୍କରଙ୍କୁ ଏହି ଘଟଣାରେ ତୁରନ୍ତ ହସ୍ତକ୍ଷେପ ଲୋଡି ଆହତଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇବା ସହ ମୃତ ଲୋକଙ୍କୁ ଘରେ ପହଁଚାଇବାର ବ୍ୟବସ୍ଥା କରିବା ନେଇ ଅନୁରୋଧ କରିଛନ୍ତି।
ଖୋର୍ଦ୍ଧା ଓ ପୁରୀ ଅଂଚଳରୁ ଆସିଥିବା ତୀର୍ଥଯାତ୍ରୀଙ୍କ ପରିବାର ସହ ଯୋଗାଯୋଗରେ ଥିବା ଶ୍ରୀ ପ୍ରଧାନ ଚିଠିରେ ଉଲ୍ଲେଖ କରିଛନ୍ତି।