Odiapua.com

କାଜିପୋଖରୀ ପ୍ରିମିୟର ଲିଗ, ଟିଲୋ ବିଜୟୀ

ଭଦ୍ରକ, ୯ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଗରପଡ଼ା ନିକଟସ୍ଥ ରାମପୁର ପଞ୍ଚାୟତ ଖେଳପଡ଼ିଆ ଠାରେ କାଜିପୋଖରୀ ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣମେଣ୍ଟରେ ବଛାବଛା ୮ ଗୋଟି ଦଳ ଭାଗ ନେଇଥିଲେ । ଅନିମେଷ ବିଲିର୍ଡ଼ସ ପ୍ରାୟୋଜିତ ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳ ମା’ ଜାଗୁଳାଇ ସ୍ପୋର୍ଟି ମୁଣ୍ଡଳୀ ବନାମ ଟିଲୋ କ୍ରିକେଟ କ୍ଲବ ମଧ୍ୟରେ ହୋଇଥିଲା । ଟସ ଜିଣି ଜାଗୁଳାଇ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭର ମଧ୍ୟରୁ ୧୪.୪ ଓଭରରେ ସମସ୍ତ ଉଇକେଟ ହରାଇ ୧୨୭ ରନ କରିଥିଲା । ଜବାବରେ ଟିଲୋ ୧୪.୩ ଓଭରରେ ୫ ଉଇକେଟ ହରାଇ ଆବଶ୍ୟକୀୟ ରନ ସଂଗ୍ରହ କରି ଚମ୍ପିୟାନ ହୋଇଥିଲା । ଖେଳକୁ ତାପସ ମହାପାତ୍ର ଓ ରାକେଶ ସାମଲ ଆମ୍ପାୟାରିଂ କରିଥିଲେ । ସ୍କୋରରରେ ସଞ୍ଜୀବ ନାୟକ, ପ୍ରଦିପ ରାଉତ ଦାୟିତ୍ୱ ତୁଲାଇ ଥିଲେ । ଆୟୋଜିତ ପୁରସ୍କାର ବିତରଣୀ ସଭାରେ ବିଶିଷ୍ଟ ନାଟ୍ୟକାର ଅଧ୍ୟାପକ ସୁଧାଂଶୁ ନାୟକ, ପୂର୍ବତନ ସରପଞ୍ଚ ମନୋଜ ବିଶ୍ୱାଳ, ସମାଜେସବୀ ସୋନୁ ମହାନ୍ତି, ବଚପନସ୍କୁଲର ଅଧ୍ୟକ୍ଷ ବସନ୍ତ ସାମଲ, ହିମାଂଶୁ ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ କ୍ରିକେଟ ଖେଳ ଶୃଙ୍ଖଳା ଓ ଭାଇଚାରର ଖେଳ ବୋଲି କହିଥିଲେ । ଏହି ଅବସରରେ ଅତିଥିମାନେ ବିଜୟୀ ଓ ରନର୍ସଅଫ ଦଳକୁ ଅର୍ଥରାଶି ଓ ଟ୍ରଫି ପ୍ରଦାନ କରିଥିବା ବେଳେ ଉନ୍ନତ ଖେଳ ପ୍ରଦର୍ଶନ ପାଇଁ ଅବିନାଶ ଓ ଅଭିଜିତଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଓ ମ୍ୟାନ ଅଫ ଦି ସିରଜ ପ୍ରଦାନ କରିଥିଲେ । କ୍ଲବର ସଂଗ୍ରାମ ନାୟକ, ଅନୀଲ କୁମାର ରାଉତ, ତାପସ ମହାପାତ୍ର, ରାକେଶ ସାମଲ, ଅଂଶୁମାନ ନାୟକ, ସୁନୀଲ ରାଉତ, ବିଶ୍ୱନାଥ ନାୟକ ପ୍ରମୁଖ ଖେଳକୁ ପରିଚାଳନାରେ ସହଯୋଗ କରିଥିଲେ ।