Odiapua.com

କାକଟପୁର ମା’ ମଙ୍ଗଳା ମନ୍ଦିର, ଲଗାଣ ବର୍ଷା ଯୋଗୁ ମନ୍ଦିର ବେଢ଼ାରେ ପାଣି

ପୁରୀ ୧୪-୮ (ଓଡ଼ିଆ ପୁଅ) ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ ହୋଇ ପଡ଼ିଛି କାକଟପୁର ମା’ ମଙ୍ଗଳା ମନ୍ଦିର। ଲଗାଣ ବର୍ଷା ଯୋଗୁ ମନ୍ଦିର ବେଢ଼ାରେ ପାଣି ଜମି ରହିଛି। ଫଳରେ ମନ୍ଦିରକୁ ଆସିଥିବା ଶ୍ରଦ୍ଧାଳୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ମନ୍ଦିରର ମୁଖ ଶାଳାରେ ଫାଟ ପାଇଁ ପାଣି ଗଳୁ ଥିବା ବେଳେ ବେଢ଼ା ରେ ପାଣି ନିଷ୍କାସନ ସମସ୍ୟା ଯୋଗୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଶ୍ରଦ୍ଧାଳୁ। ଦୀର୍ଘଦିନ ଧରି ଏଭଳି ସମସ୍ୟା ଲାଗି ରହୁଥିବା ବେଳେ ଏହାର ସ୍ଥାୟୀ ସମାଧାନ ପାଇଁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଏଭଳି ସମସ୍ୟା ନେଇ ଦାୟିତ୍ୱ ରେ ଥିବା ପ୍ରଶାସନିକ ଅଧିକାରୀ ମାନେ ଅବଗତ ଥିଲେ ମଧ୍ୟ ଏହାର କୌଣସି ସମାଧାନ ହେଉନାହିଁ। ପ୍ରତିଦିନ ଶହ ଶହ ଶ୍ରଦ୍ଧାଳୁ ମନ୍ଦିର କୁ ଆସୁଥିବା ବେଳେ ଏହାର ସମାଧାନ କରିବା ପାଇଁ ପ୍ରଶାସନ ଦୃଷ୍ଟି ଦେଉ ବୋଲି ଦାବି ହୋଇଛି।