Odiapua.com

କାଇରୋ ଆନ୍ତର୍ଜାତୀୟ ସମ୍ମିଳନୀରେ ଭାରତର ପ୍ରତିନିଧିତ୍ୱ କଲେ ଭିଏସଏସୟୁଟି ଛାତ୍ର

ସମ୍ବଲପୁର, ୭/୦୮ (ଓଡ଼ିଆ ପୁଅ) ଇଜିପ୍ଟର କାଇରୋ ଏବଂ ଏଲ ଗୋଉନା ଠାରେ ଗତ ୧ରୁ ୫ତାରିଖ ପର୍ଯ୍ୟନ୍ତ ଆୟୋଜିତ ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ ଅଫ ଟେକ୍ନନୋଲୋଜି- ଏମଆଇଟିର ଫେବ ଲ୍ୟାବ ସମ୍ମିଳନୀରେ ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ଆଇଡ଼ିଆ ଇନୋଭେସନ ସେଲ ଛାତ୍ର ଅପୂର୍ବା ମାସୋକ ଏବଂ ରୈାନକ ଅଗ୍ରଓାଲ ଉପଗ୍ରକ ପ୍ରସ୍ତୁତି ସମ୍ପର୍କିତ ନିବଂଧ ଉତଥାପନ କରି ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଏମାନେ ଏହି ସମ୍ମିଳନୀ ଓ ସମ୍ପାନରେ ଭାରତର ପ୍ରତିନିଧିତ୍ୱ କରିଥିବା ବାର ଜଣ ଯୁବ ଗବେଷକଙ୍କ ମଧ୍ୟରେ ସ୍ତାନ ପାଇଥିଲେ। ଡ଼ିଜିଟାଲ ଫେବ୍ରିକେସନ, ପୋଟେରୀ, ବାଇଓ ଫେବ୍ରିକେସନ, ଫୁଡ଼ ପ୍ରିଂଟିଂ ରୋବୋଟ, ଫ୍ଲୋ ଫେବ ଲ୍ୟାବ, ମେସିନ ନିର୍ମାଣକାରୀ ମେସନ, ଓରିଗାମୀ ମାଇକ୍ରୋସ୍କୋପ ନିର୍ମାଣ ସମ୍ପର୍କିତ କର୍ମଶାଳା ରେ ଅଂଶ ଗ୍ରହଣ କରିଥିଲେ। ସେହିଭଳି ବିଶ୍ୱବିଦ୍ୟାଳୟର ଆଇଡ଼ିଆ ଓ ଇନୋଭୋନ ସେଲ ପକ୍ଷରୁ ଚାଲିଥିବା ମହାକାଶ ଓ ଉପଗ୍ରହ ଗବେଷଣା ବାବଦରେ ନିବଂଧ ଉତଥାପନ କରିଥିଲେ। ସେ ଭିଏସଏଲଭି-ଭିଏସଏସୟୁଟି ରକେଟ ପ୍ରକଳ୍ପ ଉଡରେ ମଧ୍ୟ ତଥ୍ୟ ପ୍ରଦାନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏଥିରେ ଏମଆଇଟି ବିଟ୍ସ ଓ ଏଟମ କେନ୍ଦ୍ରର ନିର୍ଦ୍ଦେଶକ ନେଲ ଗର୍ସନଫେଲ୍ୱ, ଷ୍ଟାନଫୋର୍ଡ଼ ବଶ୍ୱବିଦ୍ୟାଳୟର ବାଇଓ ଇଂଜିନିୟରିଂ ବିଭାଗର ପ୍ରଫେସର ମାନୁ ପ୍ରକାଶ, ଦି ଫେବ ଫାଉଂଡେସନର ସିଇଓ ସେରୀ ଲେସିସ୍ଟର ପ୍ରମୁଖ ଉପସ୍ତିତ ଥିଲେ।

୨୦୦୧ ରେ ଏମଆଇଟି ପକ୍ଷରୁ ଗବେଷଣା ଓ ଅତ୍ୟାଧୁନିକ ବୈଷୟିକ ଶିକ୍ଷା ସହିତ ଉଦଭାବନ ପାଇଁ ଏକ ଅନୁକୂଳ ପରିବେଶ ନିର୍ମାଣ ନିମନ୍ତେ ଫେବ ଲ୍ୟାବର ପରିକଳ୍ପନା କରାଯାଇ କ୍ୟାମ୍ପସ ବାହାରେ ପୁନେ ଠାରେ ପ୍ରଥମ ଗବେଷଣାଗାର ସ୍ତାପନ କରାଯାଇଥିଲା। ଏବେ ବିଶ୍ୱରେ ଏହି ସଂଖ୍ୟା ୧୭୦୧ ରେ ପହଂଚିଛି। ଏହି ଆନ୍ତର୍ଜାତୀୟ ସମ୍ମିଳନୀରେ ଅଂଶ ଗ୍ରହଣ ପାଇଁ ସୁଯୋଗ ଦେଇଥିବାରୁ ଉଭୟେ ଜିଲ୍ଲାପାଳ ଶୁଭମ ସସ୍କେନା, ଓଏମସିର ଏମଡ଼ି ଆର ଭିନିଲ କ୍ରିଷ୍ନା, ଗେଲର ସିଏମଡ଼ି ଆଶୁତୋଷ କାର୍ନାଟାକ, କୁଳପତି ଅଟଳ ଚୈାଧୁରୀ ପ୍ରମୁଖଙ୍କୁ ଅପୂର୍ବା ଏବଂ ରୈାନକ କୃତଜ୍ଞତା ନଣାଇଛନ୍ତି।