Odiapua.com

କସ୍ତୁରବା ଭାରତୀୟ ମହିଳାଙ୍କ ପ୍ରେରଣାର ଉତ୍ସ

ଭଦ୍ରକ, ୧୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅଦ୍ୟ କସ୍ତୁରବା ମହାସଂଘ ଓ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ଭଦ୍ରକ ସହଯୋଗରେ କୋଡ଼ବରୁଆଁରେ ରାଷ୍ଟ୍ରମାତା କସ୍ତୁରବା ଜୟନ୍ତୀ ପାଳିତ ହୋଇଯାଇଛି। ଉକ୍ତ ସଭାରେ ଫେଲୋସିପ୍‌ର ଅଧ୍ୟକ୍ଷ ଏସ୍‌.ଏମ୍‌. ଫାରୁକ୍ ସଭାପତିତ୍ୱ କରିଥିଲା ବେଳେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଭଦ୍ରକର ସମ୍ପାଦକ ତୁଷାରକାନ୍ତି ମହାନ୍ତି ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ଉକ୍ତ ସଭାରେ ଲକ୍ଷ୍ମୀପ୍ରିୟା ନାୟକ ସ୍ୱାଗତ ଭାଷଣ ଦେଇଥିଲା ବେଳେ ସ୍ୱର୍ଣ୍ଣପ୍ରଭା ନାୟକ ବିବରଣୀ ପାଠ କରିଥିଲେ। କସ୍ତୁରବା ଗାନ୍ଧୀଙ୍କର କୌଣସି ସ୍କୁଲ ଶିକ୍ଷା ନଥିଲେ ହେଁ ତାଙ୍କର ଜାତୀୟ ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ ଓ ବିଭିନ୍ନ ସେବା ମୂଳକ କାର୍ଯ୍ୟରେ ବ୍ରତୀ ରହି କାରାଗାରରେ ମୃତ୍ୟୁ ମୃତ୍ୟୁବରଣ କରିଥିଲେ। କସ୍ତୁରବାଙ୍କ ସେବା, ଦେଶପ୍ରେମ, ନିଶା ବିରୋଧୀ ଆନ୍ଦୋଳନ ଆଦି ଦେଶବାସୀଙ୍କୁ ଓ ବହୁ ମହିଳାଙ୍କୁ ସ୍ୱାଧୀନତା ସଂଗ୍ରାମ ଓ ରଚନାତ୍ମକ କାର୍ଯ୍ୟକୁ ଆକର୍ଷିତ କରିଥିଲା ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। କୋଡ଼ବରୁଆଁ ପଞ୍ଚାୟତର ସରପଞ୍ଚ ସୁଷମା ମହାନ୍ତି, ସମିତି ସଭ୍ୟ ରାଜେନ୍ଦ୍ର ପାଣି, ପୂର୍ବତନ ସରପଞ୍ଚ କାଳନ୍ଦୀ ଜେନା, ଅଧ୍ୟାପକ ସଂଗ୍ରାମ କେଶରୀ ମହାନ୍ତି ସମାଜସେବୀ ସୁଧାକର ରାଉତ, ରେଣୁବାଳା ମହାନ୍ତି ଆଦି କସ୍ତୁରବା ଗାନ୍ଧୀଙ୍କର ବିଭିନ୍ନ ଦିଗ ଉପରେ ଚର୍ଚ୍ଚା କରିଥିଲେ।