Odiapua.com

କସ୍ତୁରବା ବାଳିକା ଉଚ୍ଚବିଦ୍ୟାଳୟ ହଷ୍ଟେଲରେ ପ୍ରଧାନଶିକ୍ଷୟତ୍ରୀ ଙ୍କ ସ୍ୱାମୀ ରହିବା ଘଟଣାକୁ ନେଇ େଉତେଜନା

ମାଲକାନଗିରି,୨୧ା୨(ଓଡିଆ ପୁଅ) ମାଲକାନଗିରି ଜିଲ୍ଲାସ୍ଥ ଖଇରପୁଟ ବ୍ଲକସ୍ଥ କୁମାରପୁଟ ଠାରେ ଥିବା କସ୍ତୁରବା ବାଳିକା ଉଚ୍ଚବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ସ୍ୱାମୀ ଦୀର୍ଘ ଦିନଧରି ହଷ୍ଟେଲରେ ରହୁଥିବାଘଟଣା କୁନେଇ ବିଦ୍ୟାଳୟରେ ଉତେଜନା ପ୍ରକାଶ ପାଇଛି,ତୁରନ୍ତ ତାଙ୍କୁ ବିଦ୍ୟାଳୟ ପରିସରରୁ ହଟାଇବା କୁ ବିଦ୍ୟାଳୟର ଛାତ୍ରୀ ମାନେ ବିଦ୍ୟାଳୟ କମିଟି ସଭାନେତ୍ରୀ ଙ୍କୁ ଜଣାଇଥିଲେ । ଛାତ୍ରୀ ମାନଙ୍କ ହଷ୍ଟେଲରେ କେହି ପୁରଷ ଲୋକ ରହିବାର ନିୟମ ନଥିବା ବେଳେ ପ୍ରଧାନଶିକ୍ଷୟତ୍ରୀ ଙ୍କ ସ୍ୱାମୀ କିପରି ରହୁଛନ୍ତି । ତାଙ୍କର ରହିବାଦ୍ୱାରା ଛାତ୍ରୀ ମାନେ ଗାଧୋଇବା ଓ ନିତ୍ୟାକର୍ମ କରିବାରେ ବହୁତ ଅସୁବିଧା ହେଉଛି ବୋଲି ଅଭିଯୋଗ କରିଥିଲେ । ଆଜି ବିଦ୍ୟାଳୟ କମିଟି ସଭାନେତ୍ରୀ ବନଶ୍ରୀ ଦଳାଇ ଓ ବିଦ୍ୟାଳୟ ପରିଚାଳନା କମିଟି ର ସଦସ୍ୟ ବିଦ୍ୟାଳୟ କୁ ଆସି ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଛାତ୍ରୀ ମାନଙ୍କ ଅଭିଯୋଗ ଜଣାଇଥିଲେ ମଧ୍ୟ ସେ କିଛି ଶୁଣି ନଥିବାରୁ କିଛି ସମୟଧରି ସେଠାରେ ଉତେଜନା ପ୍ରକାଶ ପାଇଥିଲା । ଏ ସଂପର୍କରେ ମୁଦୁଲିପଡା ଥାନା ଅଧିକାରୀ ଜାଣିବା ପରେ କୁମାରପୁଟ କସ୍ତୁରବା ବାଳିକା ବିଦ୍ୟାଳୟରେ ପବହଁଚି ସମସ୍ତଙ୍କୁ ବୁଝାସୁଜା କରି ପରିସ୍ଥିତିକୁ ଆୟତ କରିଥିଲେ । ବିଦ୍ୟାଳୟର ଛାତ୍ରୀ ଓ ବିଦ୍ୟାଳୟ ପରିଚାଳାନା କମିଟି ପକ୍ଷରୁ ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଙ୍କୁ ଅନ୍ୟତ୍ର ବଦଳିକରିବା ପାଇଁ ବ୍ଲକ ଶିକ୍ଷାଅଧିକାରୀ ଙ୍କ ନିକଟରେ ଦାବିକରିଛନ୍ତି ।