Odiapua.com

କଷଟି ଗ୍ରାମର ଯୁବକଙ୍କୁ ଗୋରୁ ବେପାରୀଙ୍କ ମରଣାନ୍ତକ ଆକ୍ରମଣ ଘଟଣା, କଷଟି ଛୁରାମାଡ ଘଟଣାରେ ଦୁଇ ମୁଖ୍ୟ ଅଭିଯୁକ୍ତ କଟକରୁ ଗିରଫ,ଗିରଫ ସଂଖ୍ୟା ୧୦ରେ ପହଞ୍ଚିଲା

ଭଦ୍ରକ, ୧୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ଥାନା କୁବେରା ପଂଚାୟତ ଅଧୀନ କଷଟି ଗ୍ରାମରେ ଗୋ ଚାଲାଣକୁ ବିରୋଧ କରି ସନ୍ତୋଷ ପରିଡା (୪୦)ନାମକ ଜଣେ ଯୁବକ ସଂଖ୍ୟାଲଘୁ ଶ୍ରେଣୀର କିଛି ଗୋ ମାଫିଆଙ୍କ ଆକ୍ରମଣରେ ସଂକଟାପନ୍ନ ହୋଇ ଭୁବନେଶ୍ୱରସ୍ଥିତ ସମ୍ ହସ୍‌ପିଟାଲରେ ଚିକିତ୍ସାଧୀନ ଥିବା ଘଟଣାର ମୁଖ୍ୟ ଦୁଇ ଅଭିଯୁକ୍ତ ସେକ୍ ସଦାମ ହୋସେନ ଓ ସାଇଫୁଲ ରହେମାନ ଆଜି କଟକରୁ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛି। ଅନ୍ୟ ଅଭିଯୁକ୍ତମାନଙ୍କୁ ପୁଲିସ୍‌ର ଏକ ସ୍ୱତନ୍ତ୍ର ଟିମ୍ ରାଜ୍ୟ ଓ ରାଜ୍ୟ ବାହାରେ ଚଢାଉ ଜାରି ରହିଛି। ଏଠାରେ ସୂଚନାଯୋଗ୍ୟ କେତେକ ଗୋରୁ ବେପାରୀ କଷଟି ଗ୍ରାମରୁ ଗୋରୁ ନେଇ ଗୁଜିଦରଡ଼ା ଗ୍ରାମକୁ ଯାଉଥିଲେ । ଭୂୟାଁବାଟିଟାଙ୍କି ଠାରେ କଷଟି ଗ୍ରାମର ସନ୍ତୋଷଙ୍କ ସମେତ କେତେକ ବ୍ୟକ୍ତିଙ୍କ ସହ ସେମାନଙ୍କର ବଚସା ହୋଇଥିଲା । ପରେ ସେମାନେ ସନ୍ତୋଷଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ପରେ ସନ୍ତୋଷଙ୍କ ପତ୍ନୀ ମିନତୀଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ମକଦ୍ଦମା (ନଂ ୧୯୭/୨୫)ରୁଜୁ କରିଥିଲା । ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଉତେଜନା ପ୍ରକାଶ ପାଇଥିଲା ।ମାତ୍ର ପୋଲିସର ହସ୍ତକ୍ଷେପ ପରେ ଏହା ପ୍ରଶମିତ ହୋଇଥିଲା । ତେବେ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ସନ୍ତୋଷଙ୍କ ଅବସ୍ଥା ଉଦବେଗଜନକ ଥିବା ଏବଂ ସେ ଆଇସିୟୁରେ ରହିଥିବା ଖବର ମିଳିବା ପରେ ସ୍ଥାନୀୟ ଅଂଚଳରେ ଉତେଜନା ଦେଖାଦେଇଥିଲା । ଏହି ଘଟଣାରେ ତିହିଡି ପୁଲିସ୍ ପୂର୍ବରୁ ୬ ଜଣକୁ ଗିରଫ କରିଥଲେି। ନୂତନ ଏସପି ମନୋଜ କୁମାର ରାଉତଙ୍କ ପ୍ରତ୍ୟକ୍ଷ ତତ୍ୱା ବଧାନରେ ପୋଲିସର ଏକ ସ୍ୱତନ୍ତ୍ର ଦଳ ଗଠନ କରାଯାଇ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ ପାଇଁ ଉଦ୍ୟମ କରାଯାଉଥିଲା । ସୋମବାର ଓ ମଙ୍ଗଳ ବାର ପୋଲିସର ସ୍ୱତନ୍ତ୍ର ଦଳ ଆଉ ୪ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ଅଭିଯୁକ୍ତ ମାନେ ହେଲେ ଗୁଜି ଦରଡା ଗ୍ରାମର ସେକ ସଦାମ ହୁସେନ,କାଶୀ ମୁଦିନ ଖାଁ,ସେକ ସଇଫୁଂନ ରହମନ,ମିର ମୋଜିନ । ଏମାନଙ୍କୁ ପୋଲିସ କଟକ ଓ ଭଦ୍ରକରୁ ଗିରଫ କରିଥିବା ଜଣାପଡ଼ିଛି ।ଅନ୍ୟ ଅଭିଯୁକ୍ତ ମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରଖି କଷଟି ଗ୍ରାମରେ ପୋଲିସ ଫୋର୍ସ ମୁତୟନ କରା ଯାଇଛି ବୋଲି ଅଇ ଆଇ ସି ସତ୍ୟବ୍ରତ ଗ୍ରହାଚାର୍ଯ୍ୟ ପ୍ରକାଶ କରିଛନ୍ତି ।