Odiapua.com

କଷଟି ଅଗ୍ନି ବିପନ୍ନ ପରିବାରଙ୍କୁ ପୂର୍ବତନ ବିଧାୟକ ଓ ଜିଲାପରିଷଦ ସଭ୍ୟାଙ୍କ ସହାୟତା

ଭଦ୍ରକ, ୨୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ କୁବେରା ପଞ୍ଚାୟତ ଅଧୀନ କଷଟି ଗ୍ରାମରେ ଗତ ୨୩ ତାରିଖରେ ବଜ୍ରପାତରୁ ଅଗ୍ନିକାଣ୍ଡ ଘଟି ୬ଟି ପରିବାରର ୮ବଖରା ଘର ଭସ୍ମୀଭୂତ ହୋଇ ଯାଇଥିଲା । ଖବର ପାଇ ମଙ୍ଗଳବାର ସକାଳେ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ୭ନଂ ଜୋନ ଜିଲାପରିଷଦ ସଭ୍ୟା ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷା ବିଦ୍ୟୁତଲତା ନାୟକ ଅଗ୍ନି ବିପନ୍ନଙ୍କ ନିକଟରେ ପହଞ୍ôଚ ସମବେଦନା ଜଣାଇବା ସହିତ ସହାୟତା ପ୍ରଦାନ କରିଥିବା ବେଳେ ଖୁବ୍ ଶିଘ୍ର ସରକାରୀ ସ୍ତରରେ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ସହାୟତା ପ୍ରଦାନ ବେଳେ ବିଜେଡି ନେତା ଯତୀନ୍ଦ୍ର ବେହେରା, ଯୁବନେତା ସୁଧନ୍ୱା ନାୟକ, ପ୍ରତାପ ଜେନା, ବିଶ୍ୱରଂଜନ ନାୟକ, ଗଙ୍ଗାଧର ବେହେରା, ବାଦଲ ବେହେରା, ଚିନ୍ମୟ ସାମଲ ପ୍ରମୁଖଙ୍କ ସହିତ ଗ୍ରାମବାସୀ ଉପସ୍ଥିତ ଥିଲେ ।