Odiapua.com

କଶ୍ମୀରରେ ଏବେ ଅଛି ଶାନ୍ତି

ଶ୍ରୀନଗର,୬ ।୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ଜମ୍ମୁ-କାଶ୍ମୀର ରାଜ୍ୟର ବିଭାଜନ ଓ ଧାରା ୩୭୦ ଉପରେ ମୋଦୀ ସରକାରଙ୍କ ଐତିହାସିକ ଫଇସଲା ପରେ ଘାଟିରେ ମାହୋଲ ଶାନ୍ତିପୂର୍ଣ୍ଣ ରହିଛି ବୋଲି କଶ୍ମୀର ଡିଜିପି କହିଛନ୍ତି । କାଶ୍ମୀରର କୌଣସି ଜାଗାରେ ହିଂସା ଦେଖାଯାଇନାହିଁ ବୋଲି ଜମ୍ମୁ-କାଶ୍ମୀର ଡିଜିପି ଦିଲବାଗ ସିଂହ କହିବା ସହ ଘାଟିରେ ହିଂସା ହେଉଥିବା କେତେକ ଖବରକୁ ସେ ମିଥ୍ୟା ବୋଲି କହିଛନ୍ତି । ଏହା ସହ ଦକ୍ଷିଣ, ଉତ୍ତର ଓ ମଧ୍ୟ କାଶ୍ମୀରରେ ଶାନ୍ତିର ମାହୋଲ ରହିଛି ବୋଲି ସେ କହିଛନ୍ତି ।

କାଶ୍ମୀରରେ ଧାରା ୩୭୦ ଓ ୩୫-ଏ ଉଚ୍ଛେଦ ପରେ ଘାଟିରେ ହିଂସା ବଢିପାରେ ବୋଲି ଆଶଙ୍କା କରାଯାଉଥିଲା । ସମ୍ବାଧାନରୁ ଏହି ଧାରା ଉଚ୍ଛେଦ ପରେ କାଶ୍ମୀରରେ ନିଆଁ ଜଳିବ ବୋଲି କାଶ୍ମୀରରେ ସକ୍ରିୟ ଥିବା ପିଡିପି ନେତା ମେହବୁବା ମୁଫତୀ ସମେତ ଉମର ଅବଦୁଲ୍ଲା ଓ ବହୁ ରାଜନେତା ଧମକ ଦେଇଥିଲେ । ଏନେଇ ସୁରକ୍ଷା ଦୃଷ୍ଟିରୁ କାଶ୍ମୀରକୁ ୩୮ ହଜାର ଯବାନଙ୍କୁ ପଠାଯାଇଥିଲା । ଗତକାଲି ରାଜ୍ୟସଭାରେ କାଶ୍ମୀର ପ୍ରସଙ୍ଗ ଉଠିବା ପରେ ଆଉ ୮ ହଜାର ଯବାନଙ୍କୁ କାଶ୍ମୀର ଘାଟିକୁ ପଠାଯାଇଛି । ଏହା ସହ ଶ୍ରୀନଗର ଓ କାଶ୍ମୀରରେ ୧୪୪ ଧାରା ଲଗାଯାଇଛି ।