Odiapua.com

କଶ୍ମୀରରେ ଇଣ୍ଟରନେଟ ବନ୍ଦ

ଜମ୍ମୁ କାଶ୍ମୀର,୦୪/୦୮,(ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): କଶ୍ମୀରରେ ରାଜନୀତିକ ହଇଚଈ ମଧ୍ୟରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି । ଏହାକୁ ନେଇ ପିଡିପି ମୁଖ୍ୟ ମେହବୁବ୍ବା ମୁଫତୀ ଓ ଏନସି ନେତା ଉମ୍ର ଅବଦୁଲ୍ଲା ଟ୍ବିଟ କରି ସୂଚନା ପ୍ରଦାନ କରିଛନ୍ତି ।

ତେବେ ଏହା ପୂର୍ବରୁ ଫାରୁଫ ଅବଦୁଲ୍ଲାଙ୍କ ଘରେ ସର୍ବଦଳୀୟ ବୈଠକ ସରିଛି । ଏବଂ କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ଉପରେ କଶ୍ମୀର ବାସୀ ଉତ୍ତେଜିତ ଥିବା ସେ କହିଛନ୍ତି । ଏହା ପୂର୍ବରୁ କେବେ ବି କଶ୍ମୀର ଯାତ୍ରାକୁ ରଦ୍ଦ କରାଯାଇନାହିଁ । ଏହା କଶ୍ମୀର ପାଇଁ ଖରାପ ସମୟ ବୋଲି ସେ କହିଛନ୍ତି ।