Odiapua.com

କଳିଯୁଗର ପୁଅ ବୃଦ୍ଧ ମାତା-ପିତାଙ୍କୁ ଜୀଅନ୍ତା ଜାଳିଦେଲା

୧୧ ମଇର ଏହି ଘଟଣା ମୋତୀ ନଗରରେ ହୋଇଥିଲା ୭୦ ବର୍ଷର ଛେଦୀ ଲାଲ ଏବଂ ୬୨ ବର୍ଷର ତାଙ୍କ ପତ୍ନୀ ଲକ୍ଷ୍ମୀଙ୍କର ଜଳିବା ଘଟଣା

ନୂଆ ଦିଲ୍ଲୀ ୧୩ ମଇ (ଓଡ଼ିଆ ପୁଅ) ପୁଲିସ ଏକ କଲଯୁଗର ପୁଅକୁ ଗିରଫ କରିଛି। ତାହାର ନାମ ସନ୍ତୋଷ (୪୦)। ଏହି ସନ୍ତୋଷ ଉପର ବୁଢ଼ା ମା’-ବାପାଙ୍କୁ ଘର ଭିତରେ ଜୀଅନ୍ତା ଜଳାଇ ଦେଇଥିବାର ଆରୋପ ଲାଗିଛି। ୧୧ ମଇରେ ଏହି ଘଟଣା ମୋତୀ ନଗର ନାମକ ଯାଗାରେ ହୋଇଥିଲା। ୭୦ ବର୍ଷର ଛେଦୀ ଲାଲ ଏବଂ ୬୨ ବର୍ଷର ତାଙ୍କ ପତ୍ନୀ ଲକ୍ଷ୍ମୀଙ୍କର ଜୀଅନ୍ତା ଜଳିଯିବାରୁ ମୃତ୍ୟୁ ହୋଇଯାଇଛି। ପ୍ରରମ୍ଭିକ ଜାଞ୍ଚରୁ ପୁଲିସକୁ ଲାଗିଲା ମୃତ୍ୟୁ ଘରେ ନିଆଁ ଲାଗିଯିବା କାରଣରୁ ହୋଇଛି ବୋଲି। କିନ୍ତୁ ପରେ ଜଣାପଡ଼ିଲା କି ନିଆଁ ପୁଅ ହିଁ ଲଗାଇ ଥିଲା କାରଣ ସେ ଛୋଟ ଛୋଟ କଥାଗୁଡ଼ିକୁ ନେଇକରି ମା’-ବାପାଙ୍କ ଉପରେ ନାରାଜ ରହୁଥିଲା।

ବର୍ତ୍ତମାନ ପୁଲିସ ଆରୋପୀ ସନ୍ତୋଷକୁ ଗିରଫ କରି ନେଇଛି ଏବଂ ତାକୁ ପଚରା ଉଚରା ଚାଲିଛି। ଅନ୍ୟପକ୍ଷରେ ଏହି ଘଟଣା ବିଷୟରେ ଯିଏ ବି ଶୁଣୁଛି ସେ ଆଶ୍ଟର୍ଯ୍ୟ ହେଉଛି। ଲୋକ କହୁଛନ୍ତି ଯେ ଶେଷରେ ଜଣେ ପୁଅ କିପରି ମା’-ବାପାଙ୍କ ସହିତ ଅପରି କରିପାରେ? (ପ୍ରତିକାତ୍ମକ ଫଟୋ)