Odiapua.com

କଳିଙ୍ଗ ବିଦ୍ୟୁତ କର୍ମଚାରୀ ସଂଘର ୨୬ତମ ସାଧାରଣ ସଭା

ଭଦ୍ରକ, ୨୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କଳିଙ୍କ ବିଦ୍ୟୁତ କର୍ମଚାରୀ ସଂଘ ଭଦ୍ରକର ୨୬ତମ ସାଧାରଣ ସଭା ବାଇପାସ୍ ସ୍ଥିତ ନେସ୍କୋ ଡିଭିଜନ ଅଫିସ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ସଭାରେ ଶ୍ରମ ଆଇନ ଓ ଏହାର ପ୍ରଭାବ, ବିଦ୍ୟୁତ କ୍ଷେତ୍ରରେ ପୁନଃ ଘରୋଇ କରଣକୁ ବିରୋଧ, କାର୍ଯ୍ୟରତ ଆଉଟସୋର୍ସିଂ କର୍ମଚାରୀଙ୍କୁ ନିୟମିତ କରାଯିବା, ମୃତ କର୍ମଚାରୀମାନଙ୍କର ଉତ୍ତରାଧିକାରୀଙ୍କ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା, କର୍ମଚାରୀମାନଙ୍କର ୭ମ ବେତନ କମିଶନରେ ଥିବା ଦରମାର ତାରତମ୍ୟର ସମାଧାନ, ସମସ୍ତ ଫ୍ୟୁଜ୍ କଲ ସେଣ୍ଟରରେ ସ୍ଥାୟୀ କାର୍ଯ୍ୟାଳୟର ବ୍ୟବସ୍ଥା, ମିଟର ରିଡର ଏବଂ ଚୁକ୍ତିଭିତ୍ତିକ କର୍ମଚାରୀମାନଙ୍କୁ କମ୍ପାନୀରେ ସ୍ଥାୟୀ ନିଯୁକ୍ତି ପ୍ରଦାନ, ଓପିଟିସିଏଲ୍ ଏବଂ ନେସ୍କୋ ମ୍ୟାନେଜମେଣ୍ଟଙ୍କ ମନମୁଖୀ କାର୍ଯ୍ୟକଳାପକୁ ବନ୍ଦ କରିବା, ଆଗାମୀ ଫେବୃଆରୀ ୩ ତାରିଖ ଏନ୍‌.ସି.ସି.ଓ.ଇ.ଇ.ଇ. ଡାକରା ଦେଇଥିବା ବିଦ୍ୟୁତ କର୍ମଚାରୀ ଏବଂ ଇଂଜିନିୟରମାନଙ୍କ ଆନ୍ଦୋଳନକୁ କିପରି ଭାବରେ ଓଡ଼ିଶାରେ ସଫଳ କରାଯିବ ସେ ବିଷୟରେ ଆଲୋଚନା କରାଯାଇଥିଲା ।

ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଏସ.ଇ.ସି. ଭଦ୍ରକ ସର୍କଲ ଇଂ ରାଜୀବ ନାୟକ, ସଭାପତି ଅସୁରାଳି ବି.ଇ.ଏସ୍‌.ଟି.ର ଅଧ୍ୟକ୍ଷ ଇଂ ରବୀନ୍ଦ୍ର କୁମାର ଜେନା, ମୁଖ୍ୟବକ୍ତା ଓଡ଼ିଶା ରାଜ୍ୟ ବିଦ୍ୟୁତ୍ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ଯତୀନ କୁମାର ରାୟ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଯତୀନ ପଣ୍ଡା, ପଶ୍ଚିମ ଓଡ଼ିଶା ବିଦ୍ୟୁତ ଲେବର ୟୁନିଅନ ସମ୍ବଲପୁରର ସାଧାରଣ ସମ୍ପାଦକ ଲଳିତ କୁମାର ପଟ୍ଟନାୟକ ଯୋଗ ଦେଇ ବକ୍ତବ୍ୟ ରଖିଥିବା ବେଳେ ଇ.ଇ.ଏଫ୍‌. ଆଇ. ସମ୍ପାଦକ ପ୍ରଣୟ କୁମାର ନାୟକ, ଓଡ଼ିଶା ବିଦ୍ୟୁତ କର୍ମଚାରୀ ସଂଘ ବାଲେଶ୍ୱରର ସଭାପତି ବିଷ୍ଣୁ ମହାନ୍ତି, ଯୁଗ୍ମ ସମ୍ପାଦକ ପ୍ରଭାତ କୁମାର ଦାସ, ଭଦ୍ରକ ସିଟୁ ନେତା ଦିବ୍ୟସିଂହ ନାୟକ, କଳିଙ୍ଗ ବିଦ୍ୟୁତ କର୍ମଚାରୀ ସଂଘ ଭଦ୍ରକର ଉପଦେଷ୍ଟା ଦିଲିପ ମହାପାତ୍ର, ସଭାପତି ସୁରେନ୍ଦ୍ର ସାହୁ, ସାଧାରଣ ସମ୍ପାଦକ ଦିପକ କୁମାର ବାରିକ, ସହସାଧାରଣ ସମ୍ପାଦକ ପ୍ରଭାକର ପ୍ରଧାନ, ସଂଗଠନ ସମ୍ପାଦକ ବସନ୍ତ କୁମାର ମହାନ୍ତି, ଉପସଭାପତି ଶୁଭେନ୍ଦୁ କୁମାର ବେହେରା, କାର୍ଯ୍ୟକାରୀ ସଭାପତି ସତ୍ୟବ୍ରତ ପଣ୍ଡା, କୋଷାଧ୍ୟକ୍ଷ କୁମାରେଶ ସାମଲ, ମାନସ କୁମାର ବେହେରା ଓ ଅର୍ଜୁନ ମଲିକ ଉପସାଧାରଣ ସମ୍ପାଦକ ବିଭିନ୍ନ ଦାବି ସମ୍ପର୍କରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମକୁ ଭାଗୀ, ପ୍ରଦୀପ, ଅକ୍ଷୟ, ଜଗବନ୍ଧୁ, ରାଜକିଶୋର, ଜିତେନ୍ଦ୍ର, ଶାଶଙ୍କ, ସତ୍ୟ, ପ୍ରଫୁଲ୍ଲ. ଆଷଲାକ, ରଂଜନ, ପାର୍ଥ, କାହ୍ନୁ, ଜୟଗୋପାଳ, ବିକାଶ, ଅଶୋକ, ନିରଂଜନ, ସତ୍ୟାନନ୍ଦ, ରଂଜିତ, ସୁମିତ୍‌, ପାର୍ଥସାରଥି, କୁଳମଣି, ନିଳାଦ୍ରୀ, ସୁଭାଶିଷ୍‌, ବିଷ୍ଣୁ ଏବଂ ନନ୍ଦ ପରିଚାଳନା କରିଥିଲେ ।