Odiapua.com

‘କଳିଙ୍ଗ ଟ୍ୟୁଟରିଆଲ’ପକ୍ଷରୁ କୃତଷ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ବାଲେଶ୍ୱର, ୯ା୯ (ଓଡ଼ିଆ ପୁଅ/ଅଭୟ ଦାସ): କଳିଙ୍ଗ ଏଜୁକେସନାଲ ଏଣ୍ଡ ଚେରିଟେବୁଲ ଟ୍ରଷ୍ଟ ଦ୍ୱାରା ପରିଚାଳିିତ ‘କଳିଙ୍ଗ ଟ୍ୟୁଟରିଆଲ’ପକ୍ଷରୁ ଯୁକ୍ତଦୁଇ ପରୀକ୍ଷାରେ ଉତ୍ତୀର୍ଣ୍ଣ କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ପରିପ୍ରେକ୍ଷୀରେ ଷ୍ଟଡିସେଣ୍ଟର ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ଓମପ୍ରକାଶ ମହାପାତ୍ର ପୌରୋହିତ୍ୟ କରିବା ସହିତ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ନିର୍ମାଣରେ କଳିଙ୍ଗ ଟ୍ୟୁଟରିଆଲର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ସହାୟକ ରାଜୀବ ଲୋଚନ ପାତ୍ର, ସତ୍ୟବ୍ରତ ପଣ୍ଡା, ହିମାଂଶୁ ପଣ୍ଡା, କେଦାର ମହାନ୍ତି, ସମରଜିତ୍ ସାହୁ, ଅଞ୍ଜନ ଦାସ ପ୍ରମୁଖ ଏଥିରେ ଯୋଗଦେଇ କଳିଙ୍ଗ ଟ୍ୟୁଟରିଆଲରେ କୋଚିଂ ନେଇ ଚଳିତ ବର୍ଷ ଯୁକ୍ତଦୁଇ ବିଜ୍ଞାନ ଓ କଳାରେ ସର୍ବାଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବିଜ୍ଞାନରେ ୫୨୧ ନମ୍ବର ରଖିଥିବା ବିଶାଳ ପାଲ, ୪୯୯ ରଖିଥିବା ଜସ୍ମିନ୍ ପାଲ, କଳା ବିଭାଗରୁ ୫୦୧ ରଖିଥିବା ସ୍ୱାଭିମାନ ସାହୁ, ୫୦୬ ରଖିଥିବା ଲିପାକ୍ଷୀ ପଣ୍ଡା, ୫୦୦ ରଖିଥିବା ଅନନ୍ୟା ଦାସମହାପାତ୍ର, ୪୮୪ ରଖିଥିବା ତପସ୍ୱିନୀ ଦାସ ଏବଂ ୪୮୧ ନମ୍ବର ରଖିଥିବା ବିନ୍ଦୁମତି ବେହେରାଙ୍କୁ ଏହି ଉତ୍ସବରେ ଆନୁଷ୍ଠାନିକ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା।