ଏଂପର୍କରେ ଖବର ପାଇ ଆମପାଣୀ ଥାନା ପୋଲିସ, କୋକସରା ତହସିଲଦାର ଓ ବିଡିଓ ଘଟଣାସ୍ଥଲରେ ଅନୁସନ୍ଧାନ କରିଥିଲେ । ଆମପାଣି ପୋଲିସ ପକ୍ଷରୁ ତଦନ୍ତ କରାଯାଇ ଥିବା ବେଳେ ସଂପୃକ୍ତ ଶ୍ରମିକ ମାନେ ପାପଡାହାଣ୍ଡି ଅଂଚଳସ୍ଥିତ ନିଜ ନିଜ ଘରକୁ ଫେରିଯାଇଥିବା ଜଣାପଡିଛି । ଅନ୍ୟପକ୍ଷରେ ଏହି ସଙ୍ଗରୋଧ କେନ୍ଦ୍ରରେ ଖାଇବା ପିଇବା ରେ ଅବ୍ୟବସ୍ଥା ନେଇ ଅନ୍ତେବାସୀମାନେ ଅସନ୍ତୋଷ ଥିବା ନେଇ ଆଲୋଚନା ହେବା ପରେ ଧର୍ମଗଡ ଉପଜିଲ୍ଲାପାଳ ଘଟଣାର ତଦନ୍ତ କରିଥିବା ଜଣାପଡିଛି । ଜଣେ ମହିଳା ସମେତ ୬୪ ଜଣଙ୍କ ପାଇଁ ମାତ୍ର ଦୁଇଟି ଶୌଚାଳୟ ଥିବା ହେତୁ ମଧ୍ୟ ଅସୁବିଧା ହୋଇଥିବା କୁହାଯାଉଛି । ଅନ୍ୟ ପକ୍ଷରେ ଘରମୁହାଁ ଶ୍ରମିକ ଫୁଲବାଣିରୁ ଆମପାଣି ପର୍ଯ୍ୟନ୍ତ ଦୀର୍ଘ ପଥ ଚାଲି ଚାଲି ଆସିଯାଇଥିବା ବେଳେ ଆଉ ଅଳ୍ପ ଦୂରରେ ଥିବା ନିଜ ନିଜ ଘର ପରିବାରକୁ ପହଂଚି ଯିବାର ଲକ୍ଷ ନେଇ ଫେରାର ହୋଇଯାଇଥାଇପାରନ୍ତି ବୋଲି ମଧ୍ୟ ଆଲୋଚନା ହେଉଛି ।
ସଂପ୍ରତି କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ବିଭିନ୍ନ ଅଂଚଳରୁ ସେଠାରେ ରହିଥିବା ବ୍ୟକ୍ତି ମାନଙ୍କ ନମୁନା ସଂଗ୍ରହ କରାଯାଇ ୨୮ ଜଣକୁ ନିଜ ନିଜ ଅଂଚଳରେ ଥିବା ସଙ୍ଗରୋଧ କେନ୍ଦ୍ରକୁ ପଠାଇ ଦିଆଯାଇଥିବା ବେଳେ ଢେଙ୍କାନାଳ ଜିଲ୍ଲାର ୮ ଜଣ, କଳାହାଣ୍ଡିର ୨ଜଣ ଏବଂ ପାପଡାହାଣ୍ଡିର ଜଣେ ଏଭଲି ୧୧ ଜଣ ହିଁ ଆମପାଣି ସଙ୍ଗରୋଧ କେନ୍ଦ୍ରରେ ରହିଥିବା ଜଣାପଡିଛି ।
ଗତ ୧୯ ତାରିଖ ରାତିରେ ଭବାନୀପାଟଣା ବସଷ୍ଟାଣ୍ଡ ଠାରେ ଫୁଲବାଣିରୁ ପାପଡାହାଣ୍ଡି ଚାଲି ଚାଲି ଯାଉଥିବା ୨୬ ଜଣ ଦିନ ମଜୁରିଆ ମାନଙ୍କୁ ଭବାନୀପାଟଣାର ଏକ ସ୍ୱେଚ୍ଛାସେବୀ ସଂସ୍ଥା ଦ୍ୱାରା ଅମୃତ ଅନ୍ନ ସେବା ଯୋଗାଇ ଦିଆଯାଇଥିବାର ସୋସିଆଲ ମିଡିଆରୁ ଜଣାପଡିଥିବା ବେଳେ ସମ୍ଭବତଃ ସେହି ୨୬ ଜଣ ଦିନ ମଜୁରିଆ ହିଁ ଚାଲି ଚାଲି ପାପଡାହାଣ୍ଡି ଯାଉଥିବା ବେଳେ ଆମପାଣି ଠାରେ ଧରାପଡି ସଙ୍ଗରୋଧ କେନ୍ଦ୍ରରେ ରହିବା ପରେ ରାତିରେ ଫେରାର ହୋଇସଯାଇଥିବା ଅନୁମାନ କରାଯାଉଛି ।