Odiapua.com

  କଳାହାଣ୍ଡି ସାମ୍ବାଦିକ ୟୁନିଅନ ର ପ୍ରତିଷ୍ଠାତା ସଭ୍ୟ ଦୀନେଶ ପଣ୍ଡାଙ୍କ ପରଲୋକ

କଳାହାଣ୍ଡି- ତା.୧୯.୦୪.୨୦୨୧(ଓଡିଆପୁଅ) କଳାହାଣ୍ଡି ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଦୀନେଶ ପଣ୍ଡାଙ୍କ ଗତ ରବିବାର ସଂଧ୍ୟାରେ ଭବାନୀପାଟଣା ଜିଲ୍ଲା ସଦରମହକୁମା ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ୫୫ ବର୍ଷ ବୟସରେ ପରଲୋକ ହୋଇଯାଇଛି । କୋଭିଡ ଭେକସିନ ନେଇସାରିଥିବା ବେଳେ ଏଭଲି ଅପ୍ରତ୍ୟାଶିତ ଭାବେ ଗଣମାଧ୍ୟମ ପ୍ରତିନିଧିଙ୍କ ଦେହାନ୍ତ ଘଟଣାକୁ ସାମ୍ବାଦିକ ମହଲର ସହଜରେ ଗ୍ରହଣ କରାଯାଇପାରୁନାହିଁ । ତାଙ୍କର ପୈତୃକ ଗ୍ରାମ କଲମପୁର ବ୍ଲକ ଅନ୍ତଗ୍ରତ ମୀନଗୁର ଠାରେ ଶେହକୃତ୍ୟ ସଂପାଦନ କରାଯାଇଛି । ବିଧବା ପତ୍ନୀ ଓ ଦୁଇପୁତ୍ର ଙ୍କୁ ଛାଡି ଇହଧାମ ତ୍ୟାଗ କରିଥିବା ସ୍ୱର୍ଗତ ପଣ୍ଡା   ଦୀର୍ଘ ୧୫ ବର୍ଷରୁ ଉର୍ଦ୍ଧ୍ୱହେବ ଦୈନିକ ଓଡିଆ ସମ୍ବାଦପତ୍ର ଶ୍ରୃତିର ଧର୍ମଗଡ ଉପଖଣ୍ଡ ପ୍ରତିନିଧି ଭାବେ   କାର୍ଯ୍ୟ କରୁଥିଲେ । ଜୁନାଗଡ ସହରରେ ଦୀର୍ଘ ଦିନ ହେବ ସପରିବାର ରହୁଥିବା ବେଳେ ଜୁନାଗଡ ସାମ୍ବାଦିକ ସଂଘର ପ୍ରତିଷ୍ଠାତା ସଭ୍ୟ ଭାବେ ଦାୟୀତ୍ୱ ତୁଳାଇଥିବା ସହିତ କଳାହାଣ୍ଡି ସାମ୍ବାଦିକ ୟୁନିଅନ     ର ମଧ୍ୟ ପ୍ରତିଷ୍ଠାତା ସଭ୍ୟ ଥିଲେ । ଜଣେ ନିଷ୍ଠାପର, ସରଳ, ନିଷ୍କପଟ ଓ ନିଭ୭ୀକ ସାମ୍ବାଦିକ ଭାବେ ସାମ୍ବାଦିକ ଗହଣରେ ସମସ୍ତଙ୍କ ପ୍ରୀୟ ଭାଜନ ହୋଇପାରିଥିଲେ ।
ଅହେତୁକ ଭାବେ ସ୍ୱର୍ଗତ ପଣ୍ଡାଙ୍କର ଦେହାନ୍ତ ହେବା ଖବର ପାଇବା ପରେ ଜୁନାଗଡ ସାମ୍ବାଦିକ ମହଲ ସ୍ତବ୍ଧ ହୋଇଯାଇଥିବା ଜଣାପଡିଛି । ଜୁନାଗଡ ଆରଏମସି ପରିସରରେ କଳାହାଣ୍ଡି ସାମ୍ବାଦିକ ୟୁନିଅନର ସଭାପତି ମହମ୍ମଦ ଅଲ୍ଲୀ, ଜିଲ୍ଲା ସଂପାଦକ ଦୁଷ୍ମନ୍ତ କୁମାର ପଣ୍ଡା, ବରିଷ୍ଠ ସାମ୍ବାଦିକ ନରେନ୍ଦ୍ର କ୍ଷୀତି, ଖଗେଶ୍ୱର ଧଙ୍ଗଡାମାଝୀ, ପ୍ରଭାକର ସେଠୀ, ସଂଜୀବ ଦାଶ, କୁମର ମଣି, ରବିଶଙ୍କର ସୁନାନୀ, ଦିଲିପ ବେହେରା,ରାକେଶ ବେମାଲ, ସୁନଦର ମୋହନ ଛତ୍ରୀଆ ପ୍ରମୂଖ ସମସ୍ତ ସାମ୍ବାଦିକ ଉପସ୍ଥି ହୋଇ କୋଭଡ ନିୟମ ପାଳନ ପୂର୍ବକ ଶୋକ ସଭାରେ ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଂଜଳି ଦେବା ସହ ତାଙ୍କର ସ୍ମୃତି ଚାରଣ କରିଥିଲେ । ସ୍ୱର୍ଗତ ପଣ୍ଡାଙ୍କର ଅବର୍ତମାନରେ କଳାହାଣ୍ଡି ଜିଲ୍ଲାରେ ସାମ୍ବାଦିକ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଛି ।