Odiapua.com

କଳାହାଣ୍ଡି ସାମ୍ବାଦିକ ସଂଘ ସଭାପତି ତରଫରୁ ମାସ୍କ ବଂଟନ

କଳାହାଣ୍ଡି ତା.୨୩.୦୪.୨୦୨୦ (ଓଡିଆପୁଅ) ସମଗ୍ର ବିଶ୍ୱ ମହାମାରୀ କରୋନା ଭଲି ଦୂରାରୋଗ୍ୟ ବ୍ୟାଧିରେ କବଳିତ ହୋଇଥିବା ବେଳେ ଓଡିଶାରେ ମଧ୍ୟ କାୟା ବିସ୍ତାର କରିସାରିଛି । କଳାହାଣ୍ଡିର ଜନାଧାରଣ ସରକାରଙ୍କ ଲକଡାଉନ ନିୟମକୁ ଉଣାଅଧିକେ ପାଳନ କରୁଥିବା ହେତୁ ଯଥା ସମ୍ଭବ ସଂକ୍ରମଣକୁ ରୋକାଯାଇ ପାରୁଛି । ତଥାପି ବିଭିନ୍ନ ସ୍ତରରେ ଜନସଚେତନତା ଜାରି ରହିଛି । ଏହି ଅବସରରେ କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ସଂଘ ( କେଜେୟୁ) ତରଫରୁ ଭବାନୀପାଟଣା ବ୍ଲକ କୁଟ୍ରୁଖମାର ଠାରେ ଜାତୀୟ ରାଜପଥ-୨୬ ଉପରେ ଜନସାଧାରଣଙ୍କୁ ସଚେତନ କରାଯିବା ସହିତ ମାସ୍କ ବଂଟନ କରାଯାଇଥିଲା । କେଜେୟୁ ସଭାପତି ମହମ୍ମଦ ଅଲ୍ଲୀ ରାସ୍ତାରେ ଯାଉଥିବା ଲୋକଙ୍କୁ ମାସ୍କ ବଂଟନ କରିବା ସହିତ ଜନସାଧାରଣଙ୍କୁ ସଚେତନ କରିଥିଲେ । ସାମ୍ବାଦିକ ମାନଙ୍କ ଏଭଲି ପ୍ରଚେଷ୍ଟା ସମାଜ ସଚେତନତା କ୍ଷେତ୍ରରେ ଯଥାସମ୍ଭବ ସହାୟ ହୋଇପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।