Odiapua.com

କଳାହାଣ୍ଡି ରେ ପ୍ରଥମ ସଂଶ୍ପର୍ଶରେ ଆସି ଦ୍ୱିତୀୟ କରୋନା ପଜିଟିଭ ଚିହ୍ନଟ , ଅଶ୍ୱିନୀ ହସପିଟାଲ ସ୍ଥାନାନ୍ତରିତ

କଳାହାଣ୍ଡି – ତା୧୦.୦୪.୨୦୨୦ (ଓଡିଆପୁଅ) କଳାହାଣ୍ଡି ଜିଲ୍ଲାରେ ଦ୍ୱିତୀୟ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ଜଣାପଡିଛି । ଏହା ପ୍ରଥମ କରୋନା ପଜିଟିଭ ବ୍ୟକ୍ତିଙ୍କ ସଂଶ୍ପର୍ଶରେ ଆସିଥିବା କୁହାଯାଇଛି । ପ୍ରଥମ କରୋନା ପଜିଟିଭ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଖମାର ହଲଦୀ ପଂଚାୟତ ଅଧିନସ୍ଥ ବେହେରାଗୁଡା ଗ୍ରାମର ୨୧ ବର୍ଷୀୟ ଯୁବକ ବାହାରିନ ଦେଶରୁ ଆସିଥିବା ବିଭାଗୀୟ ତଥ୍ୟରୁ କୁହାଯାଇଥିବା ବେଳେ ସଂପ୍ରତି ଏହି ପ୍ରଥମ ଚିହ୍ନିତ ବ୍ୟକ୍ତି ଅଶ୍ୱିନୀ ହସପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି । ସମଗ୍ର ଅଂଚଳକୁ ସଟଡାଉନ କରାଯାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତିରୋଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ପ୍ରଥମ ସଂଶ୍ପର୍ଶରେ ଆସି ଏହି ୨୦ ବର୍ଷୀୟ ଯୁବକ ଦ୍ୱିତୀୟ କରୋନା ପଜିଟିଭ ଭାବେ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ ପ୍ରକାଶ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ଏହି ଦ୍ୱିତୀୟ ପଜିଟିଭ ଓଡିଶାର ୪୫ ନମ୍ବର କେଶ ଏବଂ ଗତ ମାର୍ଚ୍ଚ ୨୦ ଓ ୨୧ ତାରିଖରେ ନିଜ ଗ୍ରାମରେ ସାଙ୍ଗସାଥି ମାନଙ୍କ ସହ ମିଶିଥିବା ବେଳେ ୨୨ ରୁ ୨୪ ଘରେ ରହିଥିଲେ । ୨୫ତାରିଖ ଦିନ ଗୋ୍ରସରୀ ଦୋକାନ ଯାଇଥିବା ବେଳେ ୨୬ ରୁ ଅପ୍ରେଲ ୩ ତାରିଖ ପର୍ଯ୍ୟନ୍ତ କୌଣସି ଚଳପ୍ରଚଳ ହୋଇନଥିବା ପ୍ରକାଶ । ଅପ୍ରେଲ ୪ ତାରିଖ ଦିନ ବାହାରିନ ଫେରନ୍ତା ବ୍ୟକ୍ତିଙ୍କ ସଂଶ୍ପର୍ଶରେ ଆସିଥିବା ଏବଂ ସମ୍ଭବତଃ କ୍ରିକେଟ ଖେଳୁଥିବା ସମୟରେ ହିଁ ସଂଶ୍ପର୍ଶରେ ଆସିଥାଇପାରନ୍ତି ବୋଲି ଅନୁମାନ କରାଯାଇଛି । ୪ତାରିଖ ଦିନ ସେ ଘରେ ରହିଥିବା କୁହାଯାଇଛି । ଗତ ୫ ତାରିଖ ଦିନ ଶୋଷିଆସ୍ଥିତ କ୍ୱାରେଂଟାଇନ କେନ୍ଦ୍ରକୁ ସ୍ଥାନାନ୍ତରିତ ହେବା ସହିତ ୯ତାରିଖ ଦିନ ସେମ୍ପୁଲ ପରୀକ୍ଷଣରେ କରୋନା ପଜିଟିଭ ଥିବା ଜଣାଡିବା ପରେ ପ୍ରଶାସନ ପକ୍ଷରୁ ଅଶ୍ୱିନୀ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିବା ତଥ୍ୟ ମିଳିଛି ।
କଳାହାଣ୍ଡି ଜିଲ୍ଲାରେ ଲକଡାଉନ ପରିସ୍ଥିତି କଡାକଡି ପାଳନ କରାଯାଉଥିବା ବେଳେ ଦ୍ୱିତୀୟ କରୋନା ପଜିଟିଭ ଜଣାପଡିବା ପରେ ଆହୁରି ସତର୍କତା ପାଳନ କରାଯାଉଥିବା ଜଣାପଡିଛି ।

,