Odiapua.com

କଳାହାଣ୍ଡି ରେ ପାଂଚ କରୋନା ପଜିଟିଭ ଚିହ୍ନିତ

କଳାହାଣ୍ଡି – ୩୦.୦୫.୨୦୨୦ ( ଓଡିଆପୁଅ) କଳାହାଣ୍ଡି ଜିଲ୍ଲା ରେ ଆଜି ପୁଣି ପାଂଚ ଜଣ କରୋନା ପଜିଟିଭ ଚିହ୍ନିତ ହୋଇଥିବା ଜଣାପଡିଛି । ପାଂଚଜଣ ଯାକ ଗୋଲାମୁଣ୍ଡା ବ୍ଲକର ହୋଇଥିବା ବେଳେ ସେମାନଙ୍କ ୨ଜଣ ମହାରାଷ୍ଟ୍ରରୁ, ୨ଜଣ ତେଲେଙ୍ଗାନାରୁ ଏବଂ ଜଣେ ଗୁଜରାଟରୁ ଫେରିଥିବା ତଥ୍ୟ ସୂଚନା ମିଳିଛି । ଗହତ ୧୭ ତାରିଖ ଦିନ ସେମାନେ ଫେରିବା ପରେ ସେମାନଙ୍କୁ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖାଯାଇଥିଲା । ଗତ ୧୯ ତାରିଖ ଦିନ ପରୀକ୍ଷା ପାଇଁ ସେମାନଙ୍କ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ୩୦ ତାରିଖ ଦିନ ସେମାନଙ୍କ ପଜିଟିଭ ରିପୋର୍ଟ ଆସିଥିବା ଜଣାପଡିଥିଲା । ଇତି ମଧ୍ୟରେ ସେମାନଙ୍କୁ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କ୍ୱାରାନଟାଇନ ଅବଧି ଶେଷ ହେବାପରେ କୌଣସି ଲକ୍ଷଣ ପରିଲକ୍ଷିତ ହୋଇନଥିବାରୁ ସେମାନଙ୍କୁ ଘରେ ଏକାନ୍ତବାସ କରିବା ପାଇଁ ନିଜ ନିଜ ଘରକୁ ପଠାଇ ଦିଆଯାଇଥିଲା । ସେମାନେ ଘରେ ରହୁଥିବା ସମୟରେ ସେମାନଙ୍କ ପଜିଟିଭ ରିପୋର୍ଟ ଆସିବା ପରେ ହେଲେ ୩୦ ତାରିଖ ଦିନ ସେମାନଙ୍କୁ ନିଜ ନିଜ ଘରୁ ଅଣାଯାଇ ଭବାନୀପାଟଣାସ୍ଥିତ କୋଭିଡ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିବା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି । ଅଦ୍ୟାବଧି କଳାହାଣ୍ଡିରେ ଏହି ପାଂଚ ଜଣକୁ ମିଶାଇ ୧୮ ଗୋଟି ପଜିଟିଭ କେଶ ଚିକିତ୍ସିତ ହେଉଥିବା ବେଳେ ୩ ଜଣ ସନ୍ଦିଗ୍ଧ ଙ୍କ ସ୍ୱାବ ରିପୋର୍ଟ ନେଗେଟିଭ ଆସିବାରୁ ସେମାନଙ୍କୁ ଡିସଚାର୍ଜ କରିଦିଆଯାଇଥିବା ପ୍ରକାଶ ।