କଳାହାଣ୍ଡି ପୋଲିସ ସ୍ଥାନୀୟ ସଂଗଠନ ମାନଙ୍କ ସହାୟତାରେ ଏଭଲି ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରିବାର ପ୍ରୟାସ ଆରମ୍ଭ କରିଥିବା କଳାହାଣ୍ଡି ଏସପି ବାତୁଲା ଗଙ୍ଗାଧର ପ୍ରକାଶ କରିଛନ୍ତି । ଏଥିପୂର୍ବରୁ ଭବାନୀପାଟଣା ଠାରେ ଗତ ୧୪ ତାରିଖ ଦିନ ଭବାନୀପାଟଣା ଠାରେ ଆୟୋଜିତ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ଏବଂ ସେଠାରେ ମଧ୍ୟ ସମସ୍ତ ଅନୁଷ୍ଠାନ, ଛାତ୍ରଛାତ୍ରୀ, ଶିକ୍ଷାନୁଷ୍ଠାନ, ଜବାନ ମାନେ ରକ୍ତଦାନ କରିଥିଲେ ।
ମୋ ସରକାର ଯୋଜନାରେ ଆବଶ୍ୟକତା ଅନୁଯାୟୀ ସହଜରେ ରକ୍ତ ମିଳିପାରୁଥିବା ଭଲି ବ୍ୟବସ୍ଥା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଲି ଏକ ପ୍ରୟାସ ଆରମ୍ଭ କରାଯାଇଥିବା ବେଳେ ୨୦୨୦ ମସିହାରେ ଅନୁ୍ୟନ ୧୦୦ ଟି ରକ୍ତଦାନ ଶିବିର ଆୟୋଜନ କରିବାର ଯୋଜନା କରାଯାଇଥିବା ଏସପି ପ୍ରକାଶ କରିଥିଲେ ।
ରକ୍ତଦାନ ଭଲି ଏକ ମହାନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା ହେତୁ ବୁଦ୍ଧିଜୀବି ମହଲରେ ପୋଲିସ ବିଭାଗକୁ ପ୍ରଶଂସା କରାଯାଉଛି ।