Odiapua.com

କଳାହାଣ୍ଡି ପୋଲିସ ଦ୍ୱାରା ରକ୍ତଦାନ ଶିବିର ଆୟୋଜିତ

କଳାହାଣ୍ଡି, ୨୨-୦୭ (ଓଡିଆ ପୁଅ) କଳାହାଣ୍ଡି ପୋଲିସ ଦ୍ୱାରା କୋକସରା ଠାରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଛି। କଳାହାଣ୍ଡି ଏସପି ବାତୁଲା ଗଙ୍ଗାଧରଙ୍କ ନିର୍ଦ୍ଦେଶରେ ମୋ ସରକାର ଯୋଜନାରେ ଲୋକଙ୍କୁ ଆବଶ୍ୟକ ମୁତାବକ ରକ୍ତ ଯୋଗାଇ ଦେବାର ଲକ୍ଷ୍ୟ ନେଇ ଏବଂ କଳାହାଣ୍ଡିରେ ସହଜରେ ଓ ସୁବିଧାରେ ଦଲାଲ ମୁକ୍ତ ରକ୍ତ ଯୋଗାଇ ଦେବାର ବ୍ୟବସ୍ଥା ପାଇଁ ଏଭଲି ଶିବିର ଆୟୋଜନ କରାଯାଉଥିବା ଜଣାପଡିଛି। କଳାହାଣ୍ଡି ଜିଲ୍ଲାରେ ଏହା ୪୧ ତମ ଶିବିର ହୋଇଥିବା ପ୍ରକାଶ। କଳାହାଣ୍ଡି ଅତିରିକ୍ତ ଏସପି ମନୋଜ କୁମାର ମହନ୍ତ, କୋକସରା ଥାନା ଆଇଆଇସି ବାସୁଦେବ ଛତ୍ରୀଆ, କୋକସରା ସରପଂଚ ଙ୍କ ଉପସ୍ଥିତିରେ ସାଂପ୍ରତିକ କୋଡ଼ିଡ ସ୍ଥିତିରେ ସମସ୍ତ ବ୍ୟବସ୍ଥା ଅନୁଯାୟୀ ଶିବିର ପରିଚଲନା କରାଯ୍ଧବ ୧୬ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ପ୍ରକାଶ। ଅନ୍ୟ ମାନଙ୍କ ସହିତ ରକ୍ତ ଭଣ୍ଡାର କର୍ମଚାରୀ ମାନେ ସହାୟତା କରିଥିଲେ।