Odiapua.com

କଳାହାଣ୍ଡି ପୋଲିସର ସଫଳତା, ଗଣଦୁଷ୍କର୍ମ ଓ ଭିଡିଓ ଭାଇରାଲ ଘଟଣାରେ ସାତ ଗିରଫ

କଳାହାଣ୍ଡି- ତା.୨୫.୦୯.୨୦୧୯ (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଜିଲା ଗଣଦୁଷ୍କର୍ମ ଓ ଭିଡିଓ ଭାଇରାଲ ଘଟଣାରେ ପୋଲିସକୁ ବଡ ସଫଳତା ମିଲିଛି। ପୋଲିସ ଏହି ଘଟଣାରେ ସଂପୃକ୍ତ ଥିବା ସାତ ଜଣଲୁ ଗିରଫ କରିଥିବା ବେଳେ ଅନ୍ୟ ମାନଙ୍କୁୁ ଶୀଘ୍ର ଗିରଫ କିରାଯିବ ବୋଲି କଳାହାଣ୍ଡି ଏସପି ବାତୁଲା ଗଙ୍ଗାଧର ଗଣମାଧ୍ୟମକୁ ଜଣାଇଛନ୍ତି। ଏହି ସମ୍ବେଦନଶୀଳ ଘଟଣାରେ ଗଣ ଦୁଷ୍କର୍ମ ଅଭିଯୋଗରେ ଜଣେ ନାବାଳକ ସମେତ ଚାରି ଜଣ ଓ ଭିଡିଓ ଭାଇରାଲ ଅଭିଯୋଗରେ ତିନି ଜଣକୁ ଗିରଫ କରିଥିବା ପ୍ରକାଶ। ଗଣ ଦୁଷ୍କର୍ମ ଘଟଣାରେ ଅମିତ ନାଏକ(୩୦) ପି.ତୁମେଶ୍ୱର ନାଏକ, ଲୁକୁ ଓରଫ ପ୍ରକାଶ ନାଏକ (୨୨) ପି.- ସ୍ୱ. ଶ୍ରୀପତି ନାଏକ, ସାନ୍ତା ନାଏକ (୨୪) ପି. ଚିତ୍ରସେନ ନାଏକ ଏବଂ ଜଣେ ନାବାଳକ ସମସ୍ତେ ଗ୍ରାମ ବକ୍ସି ତୁଳସୀପାଲି କୁ ଗଣ ଦୁଷ୍କର୍ମ ଅପରାଧରେ ଗିରଫ କରିଥିବା ବେଳେ ଭିଡିଓ ପ୍ରସାରଣ ଅଭିଯୋଗରେ ଘଂଟୁ ଓରଫ ବିନୋଦ ନାଏକ(୩୨) ପି. ଜୟା ନାଏକ ଗ୍ରାମ ବକ୍ସି ତୁଲସୀପାଲି, ଟୀକାମଣି ପୋଡ (୩୨) ପି.ଲକ୍ଷ୍ମୀଧର ପୋଡ ଗ୍ରାମ ତେନ୍ତୁଲିପଡା, କୋକସରା, ସ୍ୱୟମ୍ବର ବାଗ(୩୦) ପି. ସ୍ୱ.କୈଳାସ ବାଗ ଗ୍ରାମ ବ୍ରାହ୍ମଣି ଗୁଡା ଙ୍କୁ ଜୁନାଗଡ ଥାନା କେଶ ନଂ.୨୨୪/୨୦୧୯ ଦଫା ୩୭୬-ଡି/୨୯୨(୨) (ଏ)/୫୦୦/୫୦୬/୩୪ ଆଇପିସି ଏବଂ ଆଇଟି ଆକ୍ଟ ଧାରା ୬୭/୬୭(ଏ) ରେ ଗିରଫ କରିଥିବା କଳାହାଣ୍ଡି ଏସପି ବାତୁଲା ଗଙ୍ଗାଧର ଗଣମାଧ୍ୟମରେ ପ୍ରକାଶ କରିଛନ୍ତି। ଏହି ସମ୍ବେଦନଶୀଳ ଘଟଣାରେ ସଂପୃକ୍ତ ସମସ୍ତ ଅଭିଯୁକ୍ତକୁ ଚିହ୍ନଟ କରାଯାଇଥିବା ବେଳେ ଖୁବଶୀଘ୍ର ସମସ୍ତଙ୍କୁ ଗିରଫ କରାଯିବ ବୋଲି ଏସପି ଦୃଢୋକ୍ତି ପ୍ରକାଶ କରିଛନ୍ତି।
ମିଳିଥିବା ସୂଚନା ମତେ ପୀଡିତା ନର୍ସିଂ ଛାତ୍ରୀ ଜଣକ ଗତ ୧୪ ତାରିଖରେ ଚିକିତ୍ସା ପାଇଁ ଭବାନୀପାଟଣା ଯାଇଥିବା ବେଳେ ସେଠାରୁ କୋକସରା ଅଂଚଲର ନିଜ ଗ୍ରାମକୁ ଯିବା ପାଇଁ କୌଣସି ବସ ନଥିବା ହେତୁ ଦିନ ପ୍ରାୟ ଘ୧.୪୫ମି. ସମୟରେ ଭବାନୀପାଟଣା ବସଷ୍ଟାଣ୍ଡରେ ଠିଆ ହଗୋଇଥିବା ବେଳେ ସେଠାରେ ସବୁଦିନ ଯାତାୟତ କରୁଥିବା ବସର ଡ୍ରାଇଭର ଲାଳିନ୍ଦ୍ର ଶବର ସହ ଦେଖା ହୋଇଯାଇଥିଲା। କୋକସରାକୁ ଆଉ କୌଣସି ବସ ନଥିବା ହେତୁ ଚିହ୍ନା ଡ୍ରାଇଭରକୁ ଦେଖି ନିଜେ ଏକୁଟିଆ ଥିବା କହିବାରୁ ଡ୍ରାଇଭର ପୀଡିତାକୁ ଘରେ ପହଂଚାଇଦେବାକୁ କହିଥିଲା। ଚିହ୍ନା ଲୋକ ହୋଇଥିବାରୁ ବିଶ୍ୱାସ କରି ତା ସହ ବାଇକରେ ଆସିବାକୁ ରାଜି ହୋଇଥିବା ପ୍ରକାଶ। ପୀଡିତାର ଅନ୍ୟ ଉପାୟ ନଥିବା ହେତୁ ଡ୍ରାଇଭର ସହ ବାଇକରେ ଆସୁଥିବା ବେଳେ ଜୁନାଗଡ ପୂର୍ବରୁ ବନମାଳୀପୁର ପାଖରେ କିଛି ଲୋକ ମୁହଁରେ କପଡା ବାନ୍ଧି ସେଠାକୁ ପହଂଚି ପୀଡିତାକୁ ଛୁରୀ ଦେଖାଇ ରାସ୍ତା ପାଶ୍ୱର୍ସ୍ଥ ଘନା ଜଙ୍ଗଲ ଭିତରକୁ ଘୋଷାଡି ନେଇଥିଲେ ଏବଂ ଛୁରୀ ଦେକାଇ ଜଣକ ପରେ ଜଣେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୀଡିତା ଜଣକ ବିକଳରେ ପାଟିକଲେ କିମ୍ବା ଦୁଷ୍କର୍ମକାରୀଙ୍କ କବଳରୁ ଛଡାଇ ହୋଇ ପଳାଇବାକୁ ଉଦ୍ୟମ କଲେ ଛୁରୀ ଦେଖାଇ ମାରି ଦେବାକୁ ଧମକ ଦେଉଥିବା ଅଭିଯୋଗ ହୋଇଛି। ଏପରିକି ଦୁଷ୍କର୍ମ କରୁଥିବା ଭିଡିଓ ରେକର୍ଡିଂ କରାଯାଇଥିବା ଏବଂ କାହାକୁ କହିଲେ ଭିଡିଓ ଭାଇରାଲ କରିଦେବା ସହ ଜୀବନରେ ମାରି ଦେବାକୁ ଧମକ ଦିଆଯାଇଥିବା ପ୍ରକାଶ। ଦୁଷ୍କର୍ମ ପରେ ପୀଡିତାକୁ ସେହି ଅବସ୍ଥାରେ ଛାଡି ଦେବାପରେ କୌଣସି ପ୍ରକାରେ ପୀଡିତା ମୁଖ୍ୟ ରାସ୍ତାକୁ ଆସିଥିବା ବେଳେ କିଛି ସମୟ ପରେ ଡ୍ରାଇଭର ଲାଳିନ୍ଦ୍ର ଶବର ସେଠାକଲୁ ଆସି ପୋଲିସରେ ଅଭିଯୋଗ କଲେ ପୀଡିତାର ହିଁ ଇଜ୍ଜତ ଯିବ ବୋଲି ବୁଝାଇଥିବା କୁହାଯାଉଛି। ଲୋକ ଲଜ୍ଜା ଭୟରେ ପୀଡିତା ଚୁପ ଥିବା ବେଳେ ସେହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଯିବା ପରେ ପୀଡିତା ଜୁନାଗଡ ଥାନାକୁ ଆସି ଅଭିଯୋଗ କରିଥିବା ପ୍ରକାଶ।