Odiapua.com

କଳାହାଣ୍ଡି ପୋଲିସକୁ ବଡ ସଫଳତା, ଉତରପ୍ରଦେଶ ହମିଦପୁରରୁ ସାଇବର ଠକ ଗିରଫ

କଳାହାଣ୍ଡି ତା.୨୭.୦୧.୨୦୨୧( ଓଡିଆପୁଅ)   କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ବରିଷ୍ଠ ନାଗରିକ ଦମ୍ପତିଙ୍କୁ ଜିଓ କଷ୍ଟମର କେଆର ନାମରେ ଫୋନ କଲ କରି ଠକେଇ କରିଥିବା ଠକ ମାନଙ୍କୁ ଉତରପ୍ରଦେଶ ହମିଦପୁରରୁ ଗିରଫ କରି ଆଣିଥିବା ବିଷୟ ପୋଲିସ ସୂତ୍ରରୁ ଜଣାପଡିଛି ।
ଘଟଣାରୁ ପ୍ରକାଶ ଯେ, ଭବାନୀପାଟଣା ସହର ର ବାସିନ୍ଦା ବରିଷ୍ଠ ନାଗରିକ ଗଙ୍ଗାଧର ସୁବୁଦ୍ଧି ଙ୍କ ନିକଟକୁ ଜିଓ କଷ୍ଟମର କେଆର ନାମରେ ଏକ ଫୋନକଲ ଆସିଥିଲା । ସେଥିରେ ଗଙ୍ଗାଧରଙ୍କୁ ଏକ ଜିଓ ମୋବାଇଲ ଏବଂ ୨୦ ହଜାର ଟଙ୍କା ପୁରଷ୍କାର ମିଳିଥିବା କୁହାଯାଇଥିଲା । ବେଙ୍କ ଡେବିଟ କାର୍ଡର ଫଟୋକପି ପଠାଇଦେଲେ ପୁରଷ୍କାର ପଠାଇ ଦିଆଯିବ ବୋଲି କୁହାଯିବାରୁ ସୁବୁଦ୍ଧି ଦମ୍ପତି ଲୋଭରେ ପଡି ଗୁଗୁଲ ରୁ any desk app ଡାଉନଲୋଡ କରି ସେଥିରେ ନିଜର ଏବଂ ନିଜ ପତ୍ନୀଙ୍କ ବେଙ୍କ ଡେବିଟ କାର୍ଡର ଫଟୋକପିସବୁ ପଠାଇଦେଇଥିଲେ । ଏହାର ସୁଯୋଗ ନେଇ ସାଇବର ଠକମାନେ ସୁବୁଦ୍ଧି ବାବୁଙ୍କ ଆକାଉଂଟରୁ ଟ୯୯,୮୦୦/- ଓ ଟ୪୫,୫୯୧/- ଟଙ୍କା ଏବଂ ତାଙ୍କ ପତ୍ନୀଙ୍କ ଆକାଉଂଟରୁ ଟ୧, ୯୯,୦୦୦/- ଟଙ୍କା ମୋଟ ୨ ଲକ୍ଷ ୬୪ ହଜାର ୩୯୧ ଟଙ୍କା ଲୁଟ କରି ନେଇଥିଲେ ।


ଏସଂପର୍କରେ ସୁବୁଦ୍ଧି ଭବାନୀପାଟଣା ଟାଉନଥାନାରେ ଲିଖିତ ଏତାଲା ଦେବାପରେ କଳାହାଣ୍ଡି ଏସପି ଡଃ ଶବଣ ବିବେକ ଏମ. ଆଇପିଏସ. ଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ସ୍କାର୍ଡ ଗଠନ କରାଯାଇ ତଦନ୍ତ କଲରାଯାଇଥିଲା । ସଦର ଏସଡିପିଓ ରମେଶ ଚନ୍ଦ୍ର ସେଠୀ, ଟାଉନ ଥାନା ଆଇଆଇସି ସତ୍ୟ କୁମାର ନନ୍ଦ, ଯୁବ ଏସ ଆଇ ଶୀବଜୀ ପଣ୍ଡା ତଦନ୍ତ ଭାର ନେଇ ଖୋଲତାଡ କରିଥିଲେ । ଫୋନକଲ ଆସିଥିବା ମୋବାଇଲ ନମ୍ବର ୮୬୩୦୧୦୮୪୯୧ କୁ ଆଧାର କରି ସାଇବର ସେଲ ମାଧ୍ୟମରେ ତଦନ୍ତ କରାଯାଇ ସ୍ୱତନ୍ତ୍ର ସ୍କାର୍ଡ ଉତର ପ୍ରଦେଶ ହମିଦପୁରରୁ ସାଇବର ଠକେଇରେ ସଂପୃକ୍ତ ପାଂଚଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କ ପାଖରୁ ଓପୋ, ଭିଭୋ, ସାମସଙ୍ଗ ମୋବାଇଲ ସହିତ କେତେକ ସିମକାର୍ଡ ଓ ଟଙ୍କା ଜବତ କରି ହମିଦପୁର କୋର୍ଟରେ ପେଶ କରିବାରେ ସକ୍ଷମ ହୋଇଥିଲେ ।

ସେଠାରୁ ରିମାଣ୍ଡରେ କଳାହାଣ୍ଡି ଆଣି ସାଇବର ଠକେଇର ମୂଖ୍ୟ ଆସାମୌ ଅଭିଲାଷ ସିଂ ଓରଫ ଗୌତମ, ପରବେଜ ଅହମ୍ମଦ, ୱାହିଦ ଖାଁ, ଶାହରୁକ ଖାଁ ଓ ଜୁନେଦ ଅହମ୍ମଦ କୁ କୋର୍ଟ ଚାଲାଣ କରିଥିବା ପୋଲିସ ସୂତ୍ରରୁ ପ୍ରକାଶ ।
କଳାହାଣ୍ଡି ପୋଲିସର ଏଭଲି ସଫଳତାକୁ ନେଇ ସମଗ୍ର ଜିଲ୍ଲାରେ ପ୍ରଶଂସା କରାଯାଇଥରବା ବେଳେ ଜନସାଧାରଣ କୌଣସି ପୁରଷ୍କାର ଲାଲସାରେ ନିଜର ବେଙ୍କ ସମ୍ବନ୍ଧୀୟ ତଥ୍ୟ ନଦେବାକୁ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି ।