କଳାହାଣ୍ଡି ୦୭-୦୯ (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଜିଲ୍ଲା ରେ ରାତ୍ରୀ ସମୟରେ ଘରୁ ମୋବାଇଲ ଚୋରୀ ଘଟଣା ରେ ପୋଲିସକୁ ସଫଳତା ମିଳିଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଯେ, ଭବାନୀପାଟଣା ସହରରେ ରାତ୍ରୀ ସମୟରେ ମୋବାଇଲ ଚୋରୀ ଘଟଣା କ୍ରମଶଃ ବୃଦ୍ଧି ପାଇଆସୁଥିଲା। ଏହାର ତଦନ୍ତ କରି ଭବାନୀପାଟଣା ଟାଉନଥାନା ପୋଲିସ ପକ୍ଷରୁ ଭବାନୀପାଟଣା ସହରରେ ରହୁଥିବା କଲମପୁର ବ୍ଲକ ଅନ୍ତର୍ଗତ ଦେପୁର ଗ୍ରାମର ନୂତନ ବାଣୁଆ ସମେତ ପାଂଚ ଜଣଯୁବକ ଓ ଜନୈକ ଯୁବତୀଙ୍କୁ ପୋଲିସ ଗିରଫ କରିଥିବା ଜଣାପଡିଛି।ଏହି ସବୁ ଘଟଣାରେ ୯ ଗୋଟି ମୋବାଇଲ ଜବତ କରାଯାଇ ଚାରିଜଣ ଯୁବକ ମୋବାଇଲ ଚୋରୀ ଘଟଣାରେ ଗିରଫ ହୋଇଥିବା ବେଳେ ଜଣେ ଯୁବତୀ ସହ ଜଣେ ଯୁବକ ଚୋରୀ ସାମଗ୍ରୀ କିଣିଥିବା ହେତୁ ଗିରଫ ହୋଇଥିବା ପୋଲିସ ସୂତ୍ରରୁ ପ୍ରକାଶ। ଏଥିସହ ଅନ୍ୟ ଚୋରୀ ଘଟଣାରେ ଚୋରୀ ଯାଇଥିବା ସୁନା, ପାଟଶାଢୀ ସମେତ ନଗଦ ଟଙ୍କା ମଧ୍ୟ ପୋଲିସ ଜବତ କରିଥିବା ପ୍ରକାଶ। ଭବାନୀପାଟଣା ଟାଉନଥାନା କେଶ ନଂ-୧୮୨/୨୦, ୨୧୮/୨୦, ୨୨୦/୨୦, ୨୨୧/୨୦ ରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଟାଉନ ଥାନା ଆଇଆଇସି ସତ୍ୟ କୁମାର ନନ୍ଦଙ୍କ ସୂତ୍ରରୁ ପ୍ରକାଶ।