Odiapua.com

କଳାହାଣ୍ଡି ଜିଲ୍ଲା ଓ ଦୌରାଜଜଙ୍କ ନୂତନ କୋର୍ଟ ବିଲଡିଂ ଉଦଘାଟିତ


କଳାହାଣ୍ଡି- ( ଓଡିଆପୁଅ)  ତା.୦୬.୦୩.୨୦୨୧ କଳାହାଣ୍ଡି ଜିଲ୍ଲାର ବହୁ ପ୍ରତୀକ୍ଷିତ ଜିଲ୍ଲା ଜଜ ତଥା ତାଙ୍କ ଅଧିନସ୍ଥ କୋର୍ଟ ସମୁହ, ଓଡ଼ିଶା ହାଇକୋର୍ଟର ମାନ୍ୟବର ମୁଖ୍ୟ ବିଚାରପତି ଡ଼ଃ ଏସ ମୁରଲୀଧରନଙ୍କ କରକମଳ ରେ ଭବାନୀପାଟଣାରେ ଉଦ୍ଘାଟିତ ହେଇ ଯାଇଛି ଜ୍ଝ ଅଦାଲତ ସାଧାରଣ ଜନତାଙ୍କ ପାଇଁ ଉଦିଷ୍ଟ ତଥା ନ୍ୟାୟପାଇଁ ଆସୁଥିବା ଲୋକଙ୍କୁ ଅଦାଲତଠାରୁ ନିର୍ଧାରିତ ସମୟରେ ନ୍ୟାୟ ମିଳିବା ଉଚିତ ବୋଲି ମାନ୍ୟବର ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର କହିଥିଲେ ଏହି କାର‌୍ୟ୍ୟକ୍ରମରେ ଓଡିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଶ୍ରୀ ସଂଜୀବ ପାଣିଗ୍ରାହୀ ତଥା ଜିଲ୍ଲା ଓ ଦୌରା ଜଜ ଶ୍ରୀ ପ୍ରଦୀପ କୁମାର ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ଏହି କାର‌୍ୟ୍ୟକ୍ରମରେ ପ୍ରାରମ୍ଭରେ କଳାହାଣ୍ଡି ଲେଖକ କଳା ପରିଷଦ ସଂଗୀତ ମହାବିଦ୍ୟାଳୟର ଛାତ୍ରୀ ମାନେ ବନ୍ଦେ ଉତ୍କଳ ଜନନୀ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ, ଜିଲ୍ଲା ଓକିଲ ସଙ୍ଘର ସଭାପତି ଶ୍ରୀ ନାରାୟଣ ପଟନାୟକ ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ସମ୍ପାଦକ ବଟକୃଷ୍ଣ ଆଚାର‌୍ୟ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ମାନ୍ୟବର ମୁଖ୍ୟ ବିଚାରପତିଙ୍କଦ୍ୱରା ଜିଲ୍ଲା ଓକିଲ ସଙ୍ଘର କୋଠାର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିଥିଲେ ।
ଏହି ଅବସରରେ ଜିଲ୍ଲାର ବରିଷ୍ଟ ଆଇନଜୀବୀ ଶ୍ରୀ ମାୟାଧର ମୁଣ୍ଡ, ସତ୍ୟ ନାରାୟଣ ସେଠ, ଜଗନ୍ନାଥ ମୁଣ୍ଡ ଏବଂ ନାରାୟଣ ପଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା କାର‌୍ୟ୍ୟକ୍ରମରେ ଅତିଥି ଭାବରେ ଯୋଗ ଦେଇଥିଲେ କଳାହାଣ୍ଡି ଜିଲ୍ଲପାଳ ଡ଼ଃ ଗାଭଲି ପରାଗ ହର୍ଷଦ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରବଣା ବିବେକ ଏମ, ଜିଲ୍ଲା ସ୍ତରୀୟ ଅଧିକାରୀ, ସମସ୍ତ ବିଚାର ବିଭାଗୀୟ ଅଧିକାରୀ, ଜିଲ୍ଲା ର ସମସ୍ତ ଆଇନଜୀବୀ ତଥା ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।