Odiapua.com

କଳାହାଣ୍ଡି ଜିଲ୍ଲାରେ ପୋଲିସ ଡିଜିପିଙ୍କ ମାଓ ସମୀକ୍ଷା


କଳାହାଣ୍ଡି- ତା.୨୩.୦୨.୨୦୨୦ ( ଓଡିଆପୁଅ) ଓଡିଶା ପୋଲିସ ମହାନିଦେ୍ର୍ଦଶକ ଅଭୟ ଦିନିକିଆ କଳାହାଣ୍ଡି ଗସ୍ତ କରି ଭବାନୀପାଟଣାସ୍ଥିତ ପୋଲିସ ରିଜର୍ଭ ଠାରେ ତିନି ଜିଲ୍ଲାର ମାଓ ସମୀକ୍ଷା କରିଥିବା ଜଣାପଡିଛି । ପୋଲିସ ଡିଜିପି ଦାୟୀତ୍ୱ ନେବା ପରେ ଏହା ପ୍ରଥମ କଳାହାଣ୍ଡି ଗସ୍ତ ହୋଇଥିବାରୁ ଡିଜିପିଙ୍କ ଏହି ମାଓ ମୁକାବିଲା ସମୀକ୍ଷା ଗୁରୁତ୍ୱ ପୂର୍ଣ୍ଣ ହୋଇଥିବାର ଜଣାପଡିଛି । ରାୟଗଡା, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାର ମାଓ ମୁକାବିଲା, ଆମ ପୋଲିସ କାର୍ଯ୍ୟକ୍ରମ ଏବଂ ଆଇନ ଶୃଙ୍ଖଳା ଭଲି ଗୁରୁତ୍ୱ ପୂର୍ଣ୍ଣ ବିଷୟ ଗୁଡିକ ଏହି ସମୀକ୍ଷା ବୈଠକରେ ଉପସ୍ଥାପନ ହୋଇଥିବା ଜଣାପଡିଛି । ଏହି ବ÷÷ଠକରେ ମାଓ ଗତିବିଧି ଉପରେ ମୁକାବିଲା, ଲାଲ କରିଡର ମୁକାବିଲା ପାଇଁ ରଣନୀତି, ମାଓ ପ୍ରବଣ ଅଂଚଳରେ ଯୋଗାଯୋଗ ବ୍ୟବସ୍ଥା, ଅସଂପୂର୍ଣ୍ଣ କାର୍ଯ୍ୟକୁ ତୁରନ୍ତ ସଂପୂର୍ଣ୍ଣ କରିବା, ମାଓ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିବାକୁ ପଦକ୍ଷେପ ନେବା ବିଷୟରେ ଆଲୋଚନା ହେବା ସହିତ ତିନିଟି ଜିଲ୍ଲାରେ ଆମ ପୋଲିସ ବ୍ୟବସ୍ଥା କିପରି ଚାଲିଛି ସେସବୁ ସଂପର୍କରେ ମଧ୍ୟ ଆଲୋଚନା ହୋଇଥିବା ଜଣାପଡିଛି । ଏହି ବୈଠକରେ ଡିଜିପି ଅଭୟ କୁମାରଙ୍କ ସମେତ, ଗୋଇନ୍ଦା ବିଭାଗ ସ୍ୱତନ୍ତ୍ର ଡିଜପିି ସତ୍ୟଜିତ ମହାନ୍ତି, ଅତିରିକ୍ତ ଡିଜପିି ବିନୟତୋଷ ମିଶ୍ର, ଆଇଜିପି ଅପରେସନ ଅମିତାଭ ଠାକୁର, ଦକ୍ଷିଣ ପଶ୍ଚିମାଂଚଳ ଡିଆଇଜିପି ସଫିନ ଅହମ୍ମଦ,ଏବଂ କଳାହାଣ୍ଡି ଏସପି ବାତୁଲା ଗଙ୍ଗାଧର, କନ୍ଧମାଳଏସପି ପ୍ରତୀକ ସିଂ, ରାୟଗଡା ଏସପି ଶବଚ୍ଚ ବିବେକ ଯୋଗଦେଇ ଆଲୋଚନା କରିଥିଲେ । ସରକାରଙ୍କ ଦ୍ୱାରା ମୋ ସରକାର ଯୋଜନା ତଥା ୫ଟି କାର୍ଯ୍ୟକ୍ରମ ଚାଲିଥିବା ବେଳେ ଆଗାମୀ ଦିନରେ ମାଓ ଗତିବିଧି ଦମନ କରିବାରେ ସଫଳ ହୋଇପାରିବ ବୋଲି ମତପ୍ରକାଶ ପାଇବାରେ ଲାଗିଛି ।