କଳାହାଣ୍ଡି ୧୭.୦୪.୨୦୨୧ ( ଓଡିଆପୁଅ ) ସଂପ୍ରତି କରୋନା ଭୟାଭୟତାକୁ ଲକ୍ଷ୍ୟ କରି କଳାହାଣ୍ଡି ଜିଲ୍ଲା ପ୍ରଶାସନ ଛତିଶଗଡ ସୀମାକୁ ସିଲ କରିଦେଇଥିବା ବେଳେ ସେପଟେ ଛତିଶଗଡ ଗରିଆବନ୍ଦ ଜିଲ୍ଲା ପ୍ରଶାସନ ମଧ୍ୟ ସିଲ କରିଦେଇଥିବା ଜଣାପଡିଛି । ସୀମା ସିଲ ହେବା ଫଳରେ ଛତିଶଗଡ ର ରାୟପୁର ଓ ନାଗପୁର ଉପରେ ଭରସା କରୁଥିବା କଳାହାଣ୍ଡିର ସୀମାନ୍ତ ଅଂଚଳର ଖୁଚୁରା ବ୍ୟବସାୟୀ ଓ ଖାଉଟି ମାନେ ବେଶ ପ୍ରଭାବିତ ହୋଇଥିବା ଜଣାପଡିଛି । ଯାହାଫଳରେ ଅସାଧୁ ବ୍ୟବସାୟୀମାନେ ଗଳା ବାଟ ଖୋଜୁଥିବା ମଧ୍ୟ ଚର୍ଚ୍ଚା ହେଉଛି । ବିଶେଷ କରି ନାଗପୁର ରୁ ଫଳ, ପିଆଜ, ଚିନି ଇତ୍ୟାଦି ରାୟପୁର ମଧ୍ୟ ଦେଇ ଆସୁଥିବା ବେଳେ ଚାଉଲ, ଡାଲି, ଖାଇବା ତେଲ ଇତ୍ୟାଦି ରାୟପୁର ବଜାରରୁ ଧର୍ମଗଡ, ଜୁନାଗଡ ଅଂଚଲ ସମେତ ସମସ୍ତ ସୀମାନ୍ତବର୍ତୀ ଅଂଚଳକୁ ଯୋଗାଣ ହୋଇଥାଏ । ସେହିପରି କଳାହାଣ୍ଡି ଅଂଚଳରୁ ଭାଙ୍ଗ, ଗୁଡାଖୁ ଭଲି ଅନ୍ୟାନ୍ୟ ସାମଗ୍ରୀ ଉପରେ ରାୟପୁର ଅଂଚଳ ର କାଉଟୀ ନିର୍ଭର କରିଥାନ୍ତି । ସୀମା ସିଲ ହେବା ପରେ ବର୍ତମାନ କେତେକ ଅସାଧୁ କଳାବଜାରୀ ବିଭିନ୍ନ ସାମଗ୍ରୀକୁ ଗୋଦାମରେ ଗଚ୍ଛିତ ରଖି ଦେଇ ଚଢାଦାମରେ ବିକ୍ରୀ କରୁଥିବା ଚର୍ଚ୍ଚା ହେଉଛି । କଳାହାଣ୍ଡିର ସୀମାନ୍ତ ସନ୍ଧିକୁଲିହାରୀ ଠାରେ ମୂଖ୍ୟ ରାସ୍ତାକୁ କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓ ଛତିଶଗଡର ଗରିଆବନ୍ଧ ର ଜିଲ୍ଲା ପ୍ରଶାସନ ସିଲ କରିଦେଇ ଗାଡି ଚଳାଚଳ ଉପରେ କଟକଣା କରିଦେବା ଫଳରେ ଚୋରା ବେପାରୀ ଓ ଅସାଧୂ ବ୍ୟବସାୟୀମାନେ ଗଳାବାଟ ଖୋଜି କଳାବଜାର କରୁଥିବା ଚର୍ଚ୍ଚା ହେଉଛି ।